-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
06-Dec-2020
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକ କଲ୍ୟାଣମଣ୍ଡପ ଠାରେ ଡ଼. ଭୀମରାଓ ଆମ୍ବେଦକରଙ୍କ 64ତମ ମହାପରି ନିର୍ବାଣ ଦିବସ ପାଳିତ ହୋଇଯାଇଛି l ଆଜିର ଦିବସରେ ମୁଖ୍ୟଅତିଥି ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ, ମୁଖ୍ୟବକ୍ତା ଅଶୋକ ବାରିକ, ସମ୍ମାନିତ ଅତିଥିଭାବେ ବିଜେପି ଜିଲ୍ଲା ପରିଷଦ ଅଧ୍ୟକ୍ଷl ଭାରତୀ ମହାନନ୍ଦ, ବିଜେପି ଜିଲ୍ଲl ପାରିଷଦ ସଦସ୍ୟ ସାଇଶଙ୍କର ସାହୁ, ଜନ୍ମ ବାରିକ ଓ ଅନ୍ୟାନ୍ୟ ଆମ୍ବେଦକର ପ୍ରେମୀ ଉପସ୍ଥିତ ଥିଲେ l ଡ଼. ମୁକେଶ ମହାଲିଙ୍ଗ ଆମ୍ବେଦକରଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଆମ୍ବେଦକରଙ୍କ ଜୀବନୀ, ସମାଜ ପାଇଁ ସଂଘର୍ଷ ଓ ବଳିଦାନ ବିଷୟରେ ଆଲୋଚନା କରିଥିଲେ l