-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
06-Dec-2020
କେନ୍ଦୁଝର, (ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ)- ଆନନ୍ଦପୁର ଉପଖଣ୍ଡ ହଦଗଡ ପଞ୍ଚାୟତ ପିତାନାଉ ଓ ଦଲକୀ ମଧ୍ୟରୁ ବିସ୍ଥାପିତ ହୋଇ ଝଣଝନା ରେ ରହିଥିବା ୯୪ ପରିବାରଙ୍କୁ ଜମିପଟା ପ୍ରଦାନ କରିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଏକ ପଲ୍ଲୀସଭା ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ନିରୀକ୍ଷକ ପୁରୁଷୋତ୍ତମ କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପଲ୍ଲୀସଭାରେ ହାଟଡ଼ିହି ତହସିଲଦାର କୀର୍ତ୍ତନ ବିହାରୀ ଓଝା, ହଦଗଡ ରେଞ୍ଜର ସୁମିତ ମହାନ୍ତି, ସୋସୋ ଥାନା ଅଧିକାରୀ ରଞ୍ଜନ କୁମାର ବିଶ୍ବାଳ, ଢେଙ୍କା ପଞ୍ଚାୟତ ସରପଞ୍ଚ ନିମାଇଁ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ବିସ୍ଥାପିତ ପରିବାରଙ୍କୁ ଜାନୁଆରୀ ପ୍ରଥମ ସପ୍ତାହ ମଧ୍ୟରେ ୧୦ ଡ଼ିସିମିଲ ଘରଡ଼ିହ ପଟା ଯୋଗାଇ ଦିଆଯିବ ସହ ଆଗାମୀ ୩ମାସ ମଧ୍ୟରେ ସେମାନଙ୍କର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରି ଗୃହ ପ୍ରବେଶ କରିବେ ସେହାଇଁ ପଲ୍ଲିସଭାରେ ଆଲୋଚନା କରାଯାଇଥିଲା। ଏହି ବିସ୍ଥାପିତ ପରିବାରଙ୍କୁ ନେଇ ଗଠିତ କଲୋନୀ ର ନାମ "ଆଦର୍ଶ" କଲୋନୀ ନାମରେ ନାମିତ କରାଯିବା ପାଇଁ ସ୍ଥିର କରାଯାଇଛି। ରାଜସ୍ବ ବିଭାଗ ର ଏହିଭଳି ଯୁଗାନ୍ତକାରୀ ପଦକ୍ଷେପ ବିସ୍ଥାପିତ ପରିବାରଙ୍କ ମୁହଁରେ ହସ ଫୁଟାଇ ପାରିଛି।
ହାଟଡ଼ିହିରୁ ଅମୁଲ୍ୟ ଶଙ୍ଖୁଆ।