-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
11-Feb-2023
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) କଣ୍ଟାବାଞ୍ଜିରୁ ବସ୍ ରେ ବଲାଙ୍ଗିର ଆସୁଥିବା ଯୁବକ ନିଖୋଜ, ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ l ସୂଚନାରୁ ପ୍ରକାଶ ଯେ, ଗତ ଫେବୃୟାରୀ ୫ ତାରିଖ ଗୁଜରାଟର ସୁରେନ୍ଦ୍ର ନଗର ଜିଲୋ ର ବାସିନ୍ଦା କିଶୋର ନନ୍ଦଲାଲ ନିଜ ପୁଅ ଜିଗ୍ନେସ୍ କୁ ଧରି ଟ୍ରେନ ରେ ଗୁଜରାଟ ରୁ ଭୁବନେଶ୍ବର ବାହାରି ଥିଲେ l ତେବେ ବାଟରେ କଣ୍ଟାବାଞ୍ଜିରେ ନନ୍ଦଲାଲଙ୍କ ପୁଅ ଜିଗ୍ନେସ୍ ପାଗଳଙ୍କ ପରି ବହୁତ୍ ଜୋର୍ ରେ ହୋହାଲ୍ଲା କରିବା ଯୋଗୁଁ ଟ୍ରେନ ରେ କାର୍ଯ୍ୟରତ ଟିଟିଆଇ ଦୁଇ ବାପପୁଅ ଙ୍କୁ ଟ୍ରେନ୍ ରୁ ବାହାର କରି ଦେଇଥିଲା l ତାପରେ ନନ୍ଦଲାଲ ନିଜ ପୁଅ ଜିଗ୍ନେସ୍ କୁ ଧରି କଣ୍ଟାବାଞ୍ଜିରୁ ବସ୍ ରେ ବଲାଙ୍ଗିର ଯାଇଥିଲେ l ବସ୍ ପାଟଣାଗଡରେ ପହଁଞ୍ଚିବା ପରେ ଜିଗ୍ନେସ୍ ବସ୍ ରୁ କୁଆଡେ ନିଖୋଜ ହୋଇଯାଇଥିଲା l ବହୁତ୍ ଖୋଜାଖୋଜି ପରେ ବି ନନ୍ଦଲାଲ ନିଜ ପୁଅ ଜିଗ୍ନେସ୍ ର ପତ୍ତା ନ ପାଇବାରୁ ନନ୍ଦଲାଲ ପାଟଣାଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ l ଗତକାଲି ନିଜ ପୁଅ ଜିଗ୍ନେସ୍ ବଲାଙ୍ଗିର ରେ ଥିବା ଖବର ପାଇ ନନ୍ଦଲାଲ ବଲାଙ୍ଗିର ଟାଉନ୍ ଥାନାରେ ପୁଣିଥରେ ଲିଖିତ ଅଭିଯୋଗ କରିଛନ୍ତି l ଏ ନେଇ ବଲାଙ୍ଗିର ପୋଲିସ ଏକ ନିଖୋଜ ମାମଲା ଦାୟର କରିବା ସହ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛି l