-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2023
କର୍ଲାମୁଣ୍ଡ (ପ୍ରଦିପ କୁମାର ସାହୁ)
ଜେ କେ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲୀପ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ।ଅଧ୍ୟାପକ ଶ୍ରୀଯୁକ୍ତ ହେମନ୍ତ କୁମାର ଚୌଧୁରୀ ଓ ଅଧ୍ୟାପକ ଶ୍ରୀଯୁକ୍ତ ଗିରିରାଜ ଗହୀର ଯୋଗଦାନ କରି ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ର ନାଗରିକ ଓ ମତଦାତା ଭାବରେ ନିଜ ନାମ ଭୋଟର ତାଲିକା ରେ ଯୋଗ କରିବା, ନିଶ୍ଚିତ ସାଧୁତାର ସହଭୋଟ ଦେଇ ଉତ୍ତମ ପ୍ରାର୍ଥୀ ଚୟନ କରି ଦେଶ କୁ ସୁଦୃଢ ଓ ପ୍ରଗତିଶୀଳ କରିବାରେ ମୁଖ୍ଯ ଭୂମିକା ଗ୍ରହଣ କରିବାକୁ ଆହ୍ବାନ କରିଥିଲେ।ଏହା ସହିତ ନିଜ ନିଜ ଅଞ୍ଚଳ ରେ ଭୋଟ ଦେବା ପାଇଁ ସଚେତନତା ସୃଷ୍ଟି କରିବା ସହିତ ଭୋଟ ଦାନ ର ମହତ୍ବ ବିଷୟ ରେ ଲୋକଙ୍କୁ ବୁଝାଇବା ଦାୟିତ୍ବ ଗ୍ରହଣ କରିବା ପାଇ ଆହ୍ବାନ ଦେଇଥିଲେ।