-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2023
ଡାବୁଗାଁ, ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଜୟନ୍ତୀ ନଗର ଛକ ନିକଟରେ ଥିବା ପ୍ରେସ କ୍ଲବ ପରିସରରେ ନୂତନ ଗୃହ ନିର୍ମାଣ ନିମନ୍ତେ ଗୁରୁବାର ଶିଳାନ୍ୟାସ କରାଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ଯୋଗ
ଦେଇ ଶିଳାନ୍ୟାସ କରିଛନ୍ତି | ଏହି ସମୟରେ ସାଂସଦ ପ୍ରତିନିଧି
ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ, ବିଡିଓ ଶରତ ମାଝି, , ପ୍ରେସ କ୍ଲବ ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଣ୍ଡା, ସଭାପତି ପ୍ରଜ୍ଞା ରଞ୍ଜନ ପରିଡା, ସମ୍ପାଦକ ମିହିର ଶଙ୍କର ପାତ୍ର, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା,ଉପ ସଭାପତି ଗଗନ ଗନ୍ତାୟତ, କହ୍ନେଇଲାଲ ଗୁପ୍ତା ଓ ଅନ୍ୟମାନେ ଉପସ୍ଥିତ ଥିଲେ |
ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର