-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ଆଜି ସୁବର୍ଣ୍ଣପୁର ସହରର ରାମେଶ୍ୱର ଷ୍ଟାଡିଅମ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି l ଏହି ଉତ୍ସବ ରେ ରାଜ୍ୟ ସରକାର ଙ୍କ ଜଙ୍ଗଲ , ପଞ୍ଚାୟତିରାଜ ,ପାନୀୟ ଜଳ ଓ ସୂଚନା ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡ ପଡିଆ ରେ ପତାକା
ଉତ୍ତୋଳନ କରିବାସହ ଅଭିବାଦନ ଗ୍ରହଣ କରି ସମବେତ ଜନତାକୁ ସଂବୋଧନ କରି ଜିଲ୍ଲାର କଳା ସଂସ୍କୃତି ଓପର୍ଯ୍ୟଟନ ଉପରେ ଆଲୋକପାତ କରି ଜିଲ୍ଲାର ସମ୍ଭାବନାମୟ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ l ଜିଲ୍ଲାରେ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ପାଇଁ ସରକାରୀସ୍ତରରେ ନିଆଯାଉଥିବା ଉଦ୍ୟମ ଉପରେ ମଧ୍ୟ ଆଲୋଚନା କରିଥିଲେ।
ପରେ ପଡିଆରେ ଉପଯୁକ୍ତ ପରେଡ଼ ପାଇଁ ବିଭିନ୍ନ ଟୃପ୍ ,ପ୍ରଜ୍ଞାପନ ମେଢ଼ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ପରେ ଶାନ୍ତି କୁଟୀର, ଶିଶୁ ଆଶ୍ରମ, ମେଡିକାଲ, ଭିନ୍ନ କ୍ଷମ ବିଦ୍ୟାଳୟ, ଠାରେ ମନ୍ତ୍ରୀ ଫଳ ଓ ମିଷ୍ଟାନ ବଣ୍ଟନ କରିଥିଲେ l