-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
25-Jan-2023
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ରେ ପହଞ୍ଚିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ରୋହିତ ପୂଜାରୀ ଜାନୁଆରୀ ୨୬ ମନୋହରପୁର ପୋଲିସ ପଡିଆରେ ଫ୍ଲାଗ ହୋଷ୍ଟଂ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ବଲାଙ୍ଗୀର ସହର ସ୍ଥିତ ତିନୋଟି ଉନ୍ନତି ମୂଳକ ପ୍ରକଲ୍ପ ତଥା ଅପରାହ୍ନ ୬ ଟାରେ ଓରଟିଓ ଛକସ୍ଥିତ ସ୍ମାର୍ଟ ଶ୍ମଶାନ କୁ ଉଦଘାଟନ କରିଥିଲେ। ତାଙ୍କ ସହିତ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା, ପୂର୍ବତନ ସାଂସଦ ତଥା ଓଡିଶା ହାଉସିଂ ବୋର୍ଡ ର ଅଧ୍ୟକ୍ଷ ଶ୍ରୀ କଲିକେଶ ନାରାୟଣ ସିଂହଦେଓ, ପୌରପାଳିକା ପୌରାଧ୍ୟକ୍ଷ ଲିକା ସାହୁ ଉପାଧ୍ୟକ୍ଷ ଗାୟତ୍ରୀ ଭୋଇ ଓ ପୌରପାଳିକା ଇଓ ସାମ୍ମିରେଡ୍ଡି ଜୟଶ୍ରୀ ଉପସ୍ଥିତ ଥିଲେ। ଏହି ଶ୍ମସାନ ଏକ ସ୍ମାର୍ଟ ଶ୍ମଶାନ ରେ ପରିବର୍ତିତ ହୋଇଛି ଓ ପାର୍କ ଭଲି ଅନୁଭୂତି ହେଉଛି ଓ ଏହା କେବଲ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ପ୍ରଣାଳୀ ଦ୍ଵାରା ସମ୍ଭବ ହୋଇଛି ବୋଲି କହିଥିଲେ। ତାପରେ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ପୋର୍ଟସ୍ ଫିଲ୍ମ ସ୍ଥିତ ସିନ୍ଥେଟିକ ବେଡ଼ମିଣ୍ଟନ କୋର୍ଟ ଉଦ୍ଘାଟନ କରିଥିଲେ। ଏହା ପରେ ଗାନ୍ଧିନଗର ପଡା ସ୍ଥିତି ଗାନ୍ଧୀ ଷ୍ଟେଚୁ ଉଦଘାଟନ କରି ବଲାଙ୍ଗୀର ରେ ଆହୁରି ଅନେକ ପ୍ରକଲ୍ପ ହେବାକୁ ଯାଉଛି ବୋଲି କହିଥିଲେ ।