-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2023
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ ପଂଚାୟତରେ ଧାନଖଳା ନିର୍ମାଣର ୨ ବର୍ଷ ପରେ ମଧ୍ୟ ଟଙ୍କା ମିଳି ନଥିବାରୁ ବୁଧବାର ସକାଳରୁ କାମରେ ନିୟୋଜିତ ମେଟ୍ ଓ ଶ୍ରମିକମାନେ ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିବାର ଗୁରୁବାର ହେଉଛି ଦ୍ୱିତୀୟ ଦିନ ।ତେବେ ଦ୍ୱିତୀୟ ଦିନରେ ବି ଧାରଣା ଜାରି ରହିଥିବା ବେଳେ ଧାରଣ ସ୍ଥଳ କୁ ବ୍ଲକ ପ୍ରଶାସନ ପକ୍ଷରୁ କେହି ପହଂଚିନଥିବା ଜଣା ପଡ଼ିଛିl ଅନ୍ୟ ପଟେ ଆସନ୍ତା ସୋମବାର ଦିନ ଧାରଣାକାରୀ ମାନେ ବ୍ଲକ କାର୍ଯ୍ୟାଳୟକୁ ଅଚଳ କରିଦେବାକୁ ଚେତାବନୀ ଦେଇଛନ୍ତି l ସୂଚନାଯୋଗ୍ୟ ଯେ, କର୍ଲାମୁଣ୍ଡା ବ୍ଲକର ୧୨ଟି ପଂଚାୟତର ବିଭିନ୍ନ ସ୍ଥାନରେ ଧାନଖଳା ନିର୍ମାଣ ପାଇଁ ପ୍ରତିଖଳାକୁ ୭ ଲକ୍ଷ ୩୨ ହଜାର ଟଙ୍କା ଲେଖାଏଁ ମୋଟ ୮୭ ଲକ୍ଷ ୮୪ ହଜାର ଟଙ୍କା ଅନୁଦାନ ଆସିଥିଲା । ଏଥିରେ ବ୍ଲକର ତେରେସିଂହା କଲୋନୀପଡା,କର୍ଲାମୁଣ୍ଡା ପଂଚାୟତ ର କର୍ଲାମୁଣ୍ଡା ବସ୍ତି ପାଣି ପଂଚାୟତ କାର୍ଯ୍ୟାଳୟ ନିକଟରେ,ଗଜବାହାଲ ପଂଚାୟତ ର ଅବୁଜବାହାଲ ଡୁଙ୍ଗୁରୀ ଠାରେ,ରିଂଜା ପଂଚାୟତ ର ରେଙ୍ଗାଲି,ରେଗେଡା ପଂଚାୟତ ର ରେଗେଡା ଠାରେ,ଯୋରାଡବ୍ରା ପଂଚାୟତ ର ଯୋରାଡବ୍ରା ଠାରେ ନିର୍ମାଣ ହୋଇଥିଲା ।
କାର୍ଯ୍ୟ ସଂପାଦନର ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କାମ କରିଥିବା ଶ୍ରମିକ,ମେଟ୍ ଓ ବିଭିନ୍ନ ସାମଗ୍ରୀ ତଥା ଭଡା ବାବଦକୁ ଟଙ୍କା ପାଉନଥିବାରୁ ମେଟ୍ମାନେ ଆମରଣ ଅନଶନରେ ବସିଛୁ ବୋଲି କପିନ୍ଦ୍ର ରଣା,ବିରଂଚି ରଣା,ଶଶିଭୂଷଣ ସାହୁ,ଉତମ ରଣା,ଅର୍ଜୁନ ସାହୁ ,ଡୋଳାମଣୀ ସାହୁ,ରାଜୁ ଗହୀର ପ୍ରମୁଖ କହିଛନ୍ତି । ଅନ୍ୟପଟେ ଗତ ସେପ୍ଟେମ୍ବର ମାସରେ ଉକ୍ତ ବ୍ୟକ୍ତିବାନେ ଧାରଣାରେ ବସିଥିଲେ ଓ ତତ୍କାଳୀନ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା ଏକ ମାସ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି କହିବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ଏହାର ଚାରିମାସ ପରେବି ପ୍ରାପ୍ୟ ମିଳିପାରିନାହିଁ l