-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2023
ଗୁଡ଼ଭେଲା (ପଞ୍ଚାନନ ନାଏକ) ବଲାଙ୍ଗୀର, ଡିସେମ୍ବର ମାସର ଛତୁଆ ଓ ଅଣ୍ଡା ଗୁଡ଼ଭେଲାବ୍ଳକ ଓ ତୁଷୁରା ଏନଏସିର ହିତାଧିକାରୀ ପାଇ ନଥିବା ନେଇ ପ୍ରେରଣା ଖବର କାଗଜର ପୋର୍ଟାଲରେ ବାହାରିବା ପରେ ଗୁଡ଼ଭେଲାବ୍ଳକ ବିଡିଓ ଗୁରେଶ୍ବର ଭୋଇ ତୁରନ୍ତ ତଦନ୍ତ କରି ପଦକ୍ଷେପ ନେଇଥିଲେ । ଯେଉଁ ହିତାଧିକାରୀମାନେ ଛତୁଆ ପାଇନଥିଲେ ଚିହ୍ନଟ କରି ଛତୁଆ ପ୍ରଦାନ କରାଯାଇଥିଲା। ଡିସେମ୍ବର ମାସରେ ଅଙ୍ଗନବାଡ଼ି କର୍ମୀମାନେ କାର୍ଯ୍ୟ ବନ୍ଦ କରିଥିବାରୁ ଅଣ୍ଡା ରାଜ୍ୟର କୌଣସି ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଇ ନଥିବା ଶ୍ରୀ ଭୋଇ ପ୍ରକାଶ କରିଥିଲେ । ସୂଚନାଯୋଗ୍ଯ ଯେ, ଗୁଡ଼ଭେଲାବ୍ଳକର ସମସ୍ତ ଅଙ୍ଗନବାଡି କର୍ମୀମାନେ ନିଜ ହକ ଦାବୀରେ କାର୍ଯ୍ଯ ବନ୍ଦ କରିଥିବା ବେଳେ ଗୁଡ଼ଭେଲାବ୍ଳକ ସମନ୍ଵିତ ଶିଶୁ ବିକାଶ ବିଭାଗ ପକ୍ଷରୁ କିଛି ସଂସ୍ଥାକୁ ଛତୁଆ ବଣ୍ଟନ ଦାୟିତ୍ବ ଦିଆଯାଇଥିଲା। ହିତାଧିକାରୀ ମାଁ ମାନେ ଡିସେମ୍ବର ମାସର ଛତୁଆ ଓ ଅଣ୍ଡା ପାଇ ନଥିବା ଅଭିଯୋଗ କରିଥିଲେ। ଏନେଇ ଗୁଡ଼ଭେଲାବ୍ଳକ ସିଡିପିଓ ପ୍ରତିମା ଚୌପଦାର କିଛି ଶୁଣି ନଥିବାରୁ ବ୍ଳକ ବିଡିଓଙ୍କୁ ଜଣାଇବା ପରେ ତୁରନ୍ତ ବିଡିଓ ହସ୍ତକ୍ଷେପ କରି ହିତାଧିକାରୀଙ୍କୁ ଛତୁଆ ପ୍ରଦାନ କରିଥିବାରୁ ହିତାଧିକାରୀମାନେ ବିଡିଓଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଡିସେମ୍ବର ମାସର ଅଣ୍ଡା ମଧ୍ଯ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।