-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ବିଧାୟକ-ଜିଲ୍ଲାପାଳ ମୁହାଁମୁହିଁ ଘଟଣାର ପ୍ରତିବାଦ... ଅଫିସର-କର୍ମଚାରୀଙ୍କ କଳାବ୍ୟାଚ ପରିଧାନ,ବ୍ଲକ ଘେରାଉକଲେ ଜନତା

16-Jan-2023



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ କଣ୍ଟାବାଞ୍ଜି ବିଧାୟକ ଖୁଲ୍ଲମଖୁଲ୍ଲା ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି । ଗତ ୧୨ ତାରିଖର ଜିଲ୍ଲାପରିଷଦ ବୈଠକରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳି ଅଧିନସ୍ଥ ବ୍ଲକମାନଙ୍କର ବିଜୁକେବିକେ ଅନୁଦାନ କାଟିଦିଆଯାଇଥିବା ଅଭିଯୋଗ କରି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷସିଂ ସାଲୁଜା(କୁକୁସିଂ) ତୁମ୍ବିତୁଫାନ କରିଥିଲେ । ସେହି ଦିନର ବୈଠକରେ ବିଧାୟକ ଜିଲ୍ଲାପାଳ ରାଣା ସରକାରୀ ନୀୟମର ଉଲଂଘନ କରିଥିବା ଅଭିଯୋଗ ଉଠାଇଥିଲେ ଓ ଅନୁଦାନ ତମର ବାପାର କି ବୋଲି ପ୍ରଶ୍ନକରି ଥିଲେ । ଏପରିକି ଜିଲ୍ଲାରୁ ଅନେକ ଜିଲ୍ଲାପାଳ ମାଡଖାଇ ଯାଇଛନ୍ତି ବୋଲି ଚେତାବନୀ ଦେଇଥିଲେ । ଏହି ଘଟଣାକୁ ଜିଲ୍ଲାପାଳ ସେହିଦିନ ହାଲୁକା ଭାବରେ ନେଇଥିଲେ ଓ ଏହା ବୈଠକର ଆଲୋଚନାର ଅଂଶବିଶେଷ ବୋଲି ଗଣମାଧ୍ୟମ ଆଗରେ କହିଥିଲେ । କିନ୍ତୁ ପରଦିନ ଜିଲ୍ଲା ଓଏଏସ ଅଫିସରସଂଘ ଓ କିଛି କର୍ମଚାରୀସଂଘ ଏହି ଘଟଣାକୁ ନିନ୍ଦାକରି ବିଧାୟକଙ୍କ ଅଭଦ୍ରୋଚିତ ବ୍ୟବହାର କରିଥିବା ଅଭିଯୋଗ କରି ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧିବାକୁ ନିସ୍ପତ୍ତି ନେଇଥିଲେ । ଫଳରେ ଘଟଣାଟି ଗଣ୍ଡଗୋଳିଆ ହୋଇଥିଲା । ସେପଟେ ବିଧାୟକ କୁକୁ ସିଂ ମଧ୍ୟ ଜିଲ୍ଲାପାଳଙ୍କ ମନମୁଖି କାର୍ଯ୍ୟଧାରା ବିରୁଦ୍ଧରେ ଜନତାଙ୍କୁ ନେଇ ବ୍ଲକ ଘେରାଉ ସହିତ ୧୮ ତାରିଖରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବାକୁ ଘୋଷଣା

କରିଥିଲେ । ଆଜି ଅଧିକାରୀ ଓ କର୍ମଚାରୀମାନେ ଅଫିସ ସମୟରେ କଳାବ୍ୟାଚ ପରିଧାନ କରିଥିଲେ । ସେପଟେ ବିଧାୟକ ଶ୍ରୀ ସାଲୁଜାଙ୍କ ସମର୍ଥକମାନେ ବଙ୍ଗୋମୁଣ୍ଡା,ତୁରେକେଲା ଓ ମୁରିବାହାଲ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ସମସ୍ତେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି ।  ଜିଲ୍ଲାପାଳଙ୍କ ପ୍ରତି ବିଧାୟକଙ୍କ ବ୍ୟବହାର ଉଚିତ ହୋଇନଥିବା କହି ଅଧିକାରୀମାନେ କଳାବ୍ୟାଚ ପିନ୍ଧିଥିବା ସେପଟେ ସାଧାରଣ ଜନତା ଜିଲ୍ଲାପାଳଙ୍କ ପାଣ୍ଠି ଆବଣ୍ଟନକୁ ଖୋଲାଖୋଲି ବିରୋଧ କରୁଥିଲେ । ବ୍ଲକମାନଙ୍କୁ ଅନୁଦାନ କଟାଯିବା ନେଇ ବେନୀୟମ କାମ ହୋଇଛି ବୋଲି ସ୍ଥାନୀୟ ନେତାଗଣ ଅଭିଯୋଗ ଉଠାଉଥିଲେ । ଫଳରେ ଜିଲ୍ଲାରେ ଏହି ଘଟଣାକୁ ନେଇ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକାରୀ ଭର୍ସେସ ଜନତା ଲଢେଇରେ କିଏ କାହାକୁ ମାତ ଦେବେ ତାହା ଦେଖିବାର ରହିଲା । ଶାସକଦଳର ମନ୍ତ୍ରୀ ଟୁକୁନୀ ସାହୁ,ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ ଓ କଣ୍ଟାବାଞ୍ଜିର ବିଜେଡିନେତା ଖୋଲାଖୋଲି ଭାବରେ ବିଧାୟକ କୁକୁସିଂଙ୍କ ବ୍ୟବହାରକୁ ସମାଲୋଚନା କରିଥିବା ବେଳେ ସେପଟେ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର,କୋସଲରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦକୁମାର ମିଶ୍ର ଜିଲ୍ଲାପାଳ ଜଣେ ସରକାରୀ କର୍ମଚାରୀ ହୋଇ ଲୋକପ୍ରତିନିଧିଙ୍କୁ ଅଣଦେଖା କରିବା ଘଟଣାକୁ ନୀନ୍ଦା କରିଛନ୍ତି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଅଧିକାରୀ ଓ କର୍ମଚାରୀ କଳାବ୍ୟାଚ ପିନ୍ଧିବେ ବୋଲି ସୂଚନା ମିଳିଛି । ସେପଟେ ୧୮ ତାରିଖରେ ହେବାକୁ ଥିବା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷସିଂ ସାଲୁଜାଙ୍କ ସମର୍ଥକଙ୍କ ସହିତ କିଛି ସଂଗଠନ ମଧ୍ୟ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like