-+91-9937148622 |
prerana_bgr@rediffmail.com |
Monday 30th March 2026 |
R.N.I. Regd No. ODIODI/2010/46693
Breaking News
16-Jan-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ୧୩୨/୧୩୩ ବିଦ୍ୟୁତ ଗ୍ରୀଡ଼ କୁ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ତୃତୀୟ ମହଲା ରୁ ଭାରଚୁଆଲ ମୋଡ଼ ରେ ଉଦଘାଟନ କରିଥିଲେ l ଉକ୍ତ ଉଦଘାଟନ ଉତ୍ସବ କୁ ଫାଇବ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ସଂଚାଳନ କରିଥିବାବେଳେ, ସୁବର୍ଣ୍ଣପୁର ଜିଲ୍ଲା ଲାତୁରପେଟ ଠାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ସୁବର୍ଣ୍ଣପୁର ଜିଲ୍ଲାପାଳ ସୁନୀଲ ଆବୋଲି ନରୱାଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା, ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା,ସୁଦୀପ୍ତ ସେନ ଗୁପ୍ତା ଇ. ଡି ପ୍ରମୁଖ ଯୋଗ ଦେଇଥିଲେ l ମାନ୍ୟବର ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ତାଙ୍କର ଅଭିଭାଷଣ ରେ କହିଲେ ଜେ ୪୦ କୋଟି ଟଙ୍କା ରେ ନିର୍ମିତ ଉକ୍ତ ଗ୍ରୀଡ଼ ସ୍ଥାପନ ଦ୍ୱାରା ବୀରମହାରାଜପୁର, ଉଲୁଣ୍ଡା, ସୁବଳୟା ଅଞ୍ଚଳ ର ବିଦ୍ୟୁତ ସମସ୍ୟା ସମାଧାନ ହେବାସହ ଉଠା ଜଳ ସେଚନ ଓ ମେଗା ଜଳ ସେଚନ ପାଇଁ ବିଦ୍ୟୁତ ଉପଲବ୍ଧ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ l