-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
16-Jan-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ କଦଳିପାଲି ଗ୍ରାମର ଦୁଇଟି ଜନଗହଳିପୂର୍ଣ୍ଣ ଛକ ନିକଟରେ ଥିବା ହାଇମାଷ୍ଟ ଲାଇଟ ଅଚଳ ଅବସ୍ଥାରେ ପଡ଼ିରହିଛି। ତାହା ସହ ଉକ୍ତ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଲାଗିଥିବା ହାଇମାଷ୍ଟ ଲାଇଟ ଅଚଳ ରହିଥିବା ଯୋଗୁଁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ପଞ୍ଚାୟତ ମାଧ୍ୟମରେ ଗାଁ ମାନଙ୍କରେ ଆଲୋକିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର ଲାଇଟ ଲଗାଯାଇଥିବାରୁ ତାହା ଅଳ୍ପ ଦିନରେ ଅଚଳ ହେଉଥିବା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀମାନେ ପଞ୍ଚାୟତ ଠାରୁ ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା , ତାହା ଏପର୍ଯ୍ୟନ୍ତ ମରାମତି କାର୍ଯ୍ୟ ହୋଇନଥିବା ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣ ଦାବି ହେଉଛି।