-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ରାଜ୍ୟ

ଗାନ୍ଧୀ ଷ୍ଟଡିୟମର ଜିଲ୍ଲା ବାର୍ଷିକ କ୍ରୀଡା ଉଦ୍‌ଯାପିତ

22-Dec-2022



ବଲାଙ୍ଗିର(ପ୍ରେରଣା ଖବର)- ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ୧୪୦୦ ରୁ ଉର୍ଦ୍ଧ୍ୱ କ୍ରୀଡାବିତ୍ ଙ୍କୁ ନେଇ ୨୦, ୨୧ ଦୁଇ ଦିନ ଧରି ଚାଲିଥିବା ୫୧ତମ ଜିଲ୍ଲା ବାର୍ଷିକ କ୍ରୀଡା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ସଂସଦର ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାରଙ୍କ ଅଧ୍ୟକ୍ଷତା ତଥା ସାଧାରଣ ସଂପାଦକ ହରିନାରାୟଣ ପୂଜାରିଙ୍କ ଆବାହକତ୍ୱ ଓ କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉଦ୍‌ଯାପନି ପର୍ବରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ ଫୁଟବଳ ଖେଳାଳି ରମାକାନ୍ତ ସେଠ ଭାବେ ଯୋଗଦାନ କରିଥିଲେ । ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଅତିଥି ପରିଚୟ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ । ମଂଚାସିନ ଥିଲେ ଅନ୍ୟତମ ଯୁଗ୍ମ ସଂପାଦକ ଶତୃଘନ ସିଂହ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ଜୟରାମ ମିଶ୍ର, ସୁଧିର ଚନ୍ଦ୍ର ପଣ୍ଡା, ଡା. ସିଦ୍ଧେଶ୍ୱର ମିଶ୍ର, ରବୀନ୍ଦ୍ର ମିଶ୍ର, ରାଜେନ୍ଦ୍ର ପୁରୋହିତ ଓ ସଦାନନ୍ଦ ନାଏକ । ରିଜର୍ଭ ପୋଲିସ ବ୍ୟାଣ୍ଡ ପାର୍ଟି ର ସହଯୋଗରେ ଏବଂ ଅବସରପ୍ରାପ୍ତ ବରିଷ୍ଠ କ୍ରୀଡା ଶିକ୍ଷକ ସୁନିଲ କୁମାର ବିଶ୍ୱାଲ ତଥା ଶ୍ରୀଧର ବଢିଆ ଙ୍କ ତତ୍ତ୍ୱାବଧାନରେ କ୍ରୀଡାବିତ୍‌ମାନେ ମାର୍ଚ୍ଚଫାଷ୍ଟରେ ଆସି ଫ୍ଲେଗ୍‌ଷ୍ଟାଫ୍ ସମ୍ମୁଖରେ ଉପସ୍ଥିତ ହୋଇ କ୍ରୀଡାଧ୍ୱଜକୁ ସମ୍ମାନପୂର୍ବକ ଅବତରଣ କରାଇବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଧ୍ୱଜ ଅବରୋହଣ ପରେ ଉତ୍ସବର ପରିସମାପ୍ତି ଘୋଷିତ ହେଲା । ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଅବସରପ୍ରାପ୍ତ ଅଭିଜ୍ଞ କ୍ରୀଡା ଶିକ୍ଷକମାନେ ଯଥା ଶ୍ରୀଧର ବଢିଆ, ଶୁଭ୍ରାଂଶୁ ଅମାତ, ପଦ୍ମଚରଣ ଦାଶ, ରାଜନନ୍ଦିନୀ ବହିଦାର, ହୃଷିକେଶ ସାଏ ଓ ପ୍ରଭାତ କୁମାର ଦାଶ କ୍ରୀଡା ପରିଚାଳନାର ପ୍ରମୁଖ ଦାୟିତ୍ୱ ବହନ କରିଥିଲେ । ବିଜୟ ତ୍ରିପାଠି, ମାଧୁରି ପଣ୍ଡା, ଆକାଂକ୍ଷା ମିଶ୍ର ପ୍ରମୁଖ କ୍ରୀଡାବତ୍‌ମାନଙ୍କ ନାମ ପଞ୍ଜିକରଣ ତଥା ଖେଳ ପରିଚାଳନାରେ ସହଯୋଗ କରିଥିବା ବେଳେ ହରେକୃଷ୍ଣ ନାଏକ ଇଭେଣ୍ଟସ୍ ଗୁଡିକ ସମ୍ପର୍କରେ ଖେଳାଳିମାନଙ୍କୁ ସୂଚନା ପ୍ରଦାନ କରୁଥିଲେ । ଅବଦୁଲ ମୁଜିବ୍ , ହେମନ୍ତ ପଧାନ, ଶରତ ନନ୍ଦ ଏବଂ ୫୦ ରୁ ଉର୍ଦ୍ଧ୍ୱ କ୍ରୀଡା ଶିକ୍ଷକମାନଙ୍କ ସହଯୋଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଂସଦ ର ବରିଷ୍ଠ ସଭ୍ୟ ନବୀନ ବହିଦାର, ଶିଶିର ବହିଦାର ପ୍ରମୁଖ ଉପସ୍ଥିତ ଥିଲେ । ଫାଇନ ରାଉଣ୍ଡରେ ସମାପ୍ତ ସବୁ ଇଭେଣ୍ଟର କୃତି ପ୍ରତିଯୋଗୀଙ୍କୁ ମେଡାଲ ଓ ସାର୍ଟିଫିକେଟ ପ୍ରଦାନ ରେ ସମ୍ମାନିତ କରାଯାଇଥିଲା । 
    ପୁରୁଷ ୨୦୦ମି. ରେ ଭକ୍ତ ପୋଡ, ଡିସକସ ଥ୍ରୋରେ ମହାଦେବ ସା, ୮୦୦ମି. ରେ ଦିନେଶ ମାଝି । ବାଳକ ୨୩ ବର୍ଗ ୧୦୦ମି.ରେ ହେମନ୍ତ ସେଠ, ଲଙ୍ଗଜମ୍ପରେ ବିକାଶ ଦଲାଇ, ସର୍ଟଫୁଟରେ ସୁରଜ ପୁରୋହିତ, ୫୦୦୦ମି. ରେ ସଂଜିବ ନାଏକ, ୧୦୦୦୦ମି. ରେ ଚକ୍ରଧର ସାହୁ, ୮୦୦ ମି.ରେ ସଞ୍ଜିବ କୁମାର ନାଏକ, ବାଳକ ୨୦ ବର୍ଗ ୧୦୦ମି. ରେ ସିଦ୍ଧାର୍ଥ ଆଚାର୍ଯ୍ୟ, ଲଙ୍ଗଜମ୍ପରେ ମିଲନ ବେହେରା, ଜେଭେଲିନ୍ ରେ ଆୟୁଷ ରଂଜନ, ହେମର ଥ୍ରୋ ଅରିଜିତ ହନୁମାନ, ୫୦୦୦ମି. ରେ ଧବଳେଶ୍ୱର ବାଗ, ୧୦୦୦୦ମି. ରେ ହୃଦାନନ୍ଦ ଦ୍ୱାରି, ୮୦୦ମି. ରେ ସ୍ୱାଗତ କୁମାର ସା, ଡିସକସ ଥ୍ରୋ ରେ ରୋହିତାଶ୍ୱ ବାରିକ, ବାଳକ ୧୮ ବର୍ଗ ୧୦୦ ମି. ରେ ଚିନ୍ମୟ ବାଗ, ୩୦୦୦ମି. ରେ ପ୍ରଶାନ୍ତ ଭୋଇ, ଟ୍ରିପଲ ଜମ୍ପରେ ପ୍ରେମ ପ୍ରକାଶ ପଟେଲ, ଲଙ୍ଗଜମ୍ପରେ ରତ୍ନମୟ ବିଶ୍ୱାଲ, ସର୍ଟଫୁଟରେ ଧରଣୀ ନାଗ, ହାଇଜମ୍ପରେ ରତ୍ନମୟ ବିଶ୍ୱାଲ, ଜେଭେଲିନରେ ଶୁଭମ ନାଏକ, ୮୦୦ ମି. ରେ ଅମନ କୁମାର ମାଝି, ବାଳକ ୧୬ ବର୍ଗ ୧୦୦ମି. ରେ ସ୍ୱାଭିମାନ ନନ୍ଦ, ୨୦୦୦ମି. ରେ ପ୍ରହଲ୍ଲାଦ ଖମାରୀ, ହାଇଜମ୍ପରେ ଲିଙ୍ଗରାଜ ନାଗ, ସର୍ଟଫୁଟରେ ସାହିଲ ବାଗ, ଜେଭେଲିନ୍ ରେ ପ୍ରଶନ୍ନ ଅଗ୍ରୱାଲ, ଡିସକସରେ ସୌମ୍ୟ ରଂଜନ ବିଶ୍ୱାଲ, ବାଳକ ୧୪ ବର୍ଗ ୬୦ମି.ରେ ପ୍ରୟାଗ ହୋତା, ୬୦୦ ମି. ରେ ସତିଶ ରଂଜନ ବାଗ, ମହିଳା ୨୦୦ ମି. ରେ ଗାୟତ୍ରି ଧରୁଆ, ସର୍ଟଫୁଟରେ କ୍ରୀଷ୍ଣାମୟୀ ଭାନସଲ, ବାଳିକା ୨୩ ହାଇଜମ୍ପରେ ଟିକେଶ୍ୱରୀ ଭୋଇ, ଜେଭେଲିନରେ ରଞ୍ଜୁ ଭୋଇ, ୮୦୦ ମି.ରେ କମଳିନୀ ମହାନ୍ତି, ବାଳିକ ୨୦ ବର୍ଗ ୨୦୦ ମି. ରେ ନିକିତା ମହାକୁର, ୪୦୦ମି.ରେ ଅର୍ପିତା ମିଶ୍ର, ସର୍ଟଫୁଟରେ ଶ୍ରଦ୍ଧାଞ୍ଜଳି ମିଶ୍ର, ୮୦୦ ମି.ରେ ଅଞ୍ଜଳି ମିର୍ଦ୍ଧା, ବାଳିକା ୧୮ ବର୍ଗ ୪୦୦ ମି. ରେ ଜ୍ୟୋତିର୍ମୟୀ ସାହୁ, ୮୦୦ ମି. ରେ  ପୂର୍ଣ୍ଣମା ମହାକୁର, ବାଳିକା ୧୬ ବର୍ଗ ୧୦୦ମି. ରେ ଆଦ୍ୟାସା ନାଏକ, ୩୦୦ ମି. ରେ ସନ୍ତୋଷିନୀ ଖର୍ସେଲ, ସଟଫୁଟରେ ଦୃଷ୍ଟି ଗୋୟଲ, ଜେଭଲିନରେ ଜାଗୃତି ସାହୁ, ଡିସକସରେ ବର୍ଷାରାଣୀ ମିଶ୍ର, ବାଳିକା ୧୪ ବର୍ଗ ୬୦ମି. ରେ ଆଦ୍ୟାସା ଗଡତ୍ୟା, ଲଙ୍ଗଜମ୍ପରେ ଲିଜା ବାଗ, ୬୦୦ ମି. ଓ ହାଇଜମ୍ପରେ ରେ ଜିନା ମାଝି ପ୍ରମୁଖ ପ୍ରଥମ ସ୍ଥାନ ଅଳଙ୍କୃତ କରି ଅତିଥିମାନଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like