-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
22-Dec-2022
ବଲାଙ୍ଗୀର(ପ୍ରେରଣା ଖବର)-ଆଜି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ତରଫରୁ ‘ଗାନ୍ଧିଜୀ ଙ୍କ ଗ୍ରାମୀଣ ଅର୍ଥନୀତି’ ସଂପର୍କିତ ଏକ ଭରଚ୍ୟୁାଲ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କୁସଙ୍ଗ ଡିଗ୍ରୀ କଲେଜର ଅଧ୍ୟାପକ ତଥା ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ର ସମ୍ପାଦକ ଡ. ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ କବିରାଜ ଭୋଇ ଯୋଗ ଦେଇ ଗାନ୍ଧିଜୀଙ୍କୁ ଯୋଗଜନ୍ମା ଭାବେ ବର୍ଣ୍ଣନା କରିବା ସହ ଗ୍ରାମୀଣ ଉନ୍ନତି ସକାଶେ ବିଭିନ୍ନ ଉଦାହରଣ ଦେଇ ନିଜ ମତ ରଖିଥିଲେ । କାର୍ଯ୍ୟକ୍ରମକୁ କୁସଙ୍ଗ ଡିଗ୍ରୀ କଲେଜର ଛାତ୍ରୀ ଜାଗୃତି ଛତ୍ରିଆ ସଂଯୋଜନା କରିଥିଲେ । ତୃପ୍ତିମୟୀ ଭୋଇ ମନ୍ତ୍ର ପାଠ କରିଥିବା ବେଳେ ରୋଜି ସାହୁ ବିବେକବାଣୀ ପଠନ କରିଥିଲେ । ଶେଷରେ କୁସଙ୍ଗ ଡିଗ୍ରୀ କଲେଜର ପ୍ରଥମ ବର୍ଷ ଛାତ୍ରୀ ବର୍ଷାରାଣୀ ମେହେର ଧନ୍ୟବାଦ ଅର୍ପଣ ସହ ଶାନ୍ତିପାଠ କରିଥିଲେ । ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣଅଣୁକୋଣରୁ ବହୁ ଗାନ୍ଧୀପ୍ରେମୀ ଯୋଗ ଦେଇଥିଲେ ।