-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
03-Dec-2020
ଟିଟିଲାଗଡ଼ ,(ପ୍ରେରଣା ଖବର) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସବ୍ ଡିଭିଜନ ଅନ୍ତର୍ଗତ ମୁରିବାହଲ ରେଞ୍ଜ ଅଧିକାରୀ ପ୍ରଶାନ୍ତ ନାଏକ ଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମୁରିବାହଲ ରେଞ୍ଜ ଅଧିକାରୀ ପ୍ରଶାନ୍ତ ନାଏକ ଟିଟିଲାଗଡ ହତପଦା ପଡା ସ୍ଥିତ ବାସଭବନ ରେ ଗତ ବୁଧବାର ସନ୍ଧ୍ୟା ପ୍ରାୟ ୮ ଟା ବେଳେ ଏକ ଭିଜିଲାନ୍ସ ବିଭାଗ ଟିମ ଉକ୍ତ ଘରେ ଚଢ଼ାଉ କରି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ତଦନ୍ତ ଚାଲିଥିବା ବିଭାଗ ତରଫରୁ ସୂଚନା ଦେଇଛନ୍ତି । ଅନେକ ବ୍ୟାଙ୍କ ପାସବୁକ,ସହ ନଗଦ ଟଙ୍କା, ସୁନା ଗହଣା ଆଦି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଜବତ କରାଯାଇଛି । ଏହି ପ୍ରକ୍ରିୟା ଜାରି ରହିଥିବା ବେଳେ ଉକ୍ତ ରେଞ୍ଜ ଅଧିକାରୀ ଏହା ତାଙ୍କ ବିରୋଧରେ କେବଳ କିଛି ବ୍ୟକ୍ତି ଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି।