-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
03-Dec-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯଳୟ ଠାରେ ଶନିବାର ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ବ୍ଲକ ଅନ୍ତନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଏଥିରେ ସ୍ଥାନୀୟ ବିଡିଓ ସୁଚରିତା ମୁଗ୍ରୀ ,ବିଇଓ ତପୀମଣି ଜାନୀ,ଏବିଇଓ ସହଦେଵ ସୁନା ପ୍ରମୁଖ ଯୋଗ ଦେଇ କେନ୍ଦ୍ର ର ଉଦଘାଟନ କରିଥିଲେ।ଏହି ସାଧନ କେନ୍ଦ୍ର ଜରିଆରେ ଚାଲିବା ଅସୁବିଧା ଜନିତ ଦିବ୍ୟଙ୍ଗ ଛାତ୍ରୀ/ଛାତ୍ର ଭୌତିକ ଚିକିତ୍ସା ସୁବିଧା, ଶୁଣିବା ଓ କଥା କହିବା ଅସୁବିଧା ଜନିତ ଛାତ୍ରୀ/ଛାତ୍ର ଙ୍କୁ ବାକ ତାଲିମ ବ୍ୟବସ୍ଥା, ଓ ମାନସିକ ଦୁର୍ବଳ ଜନିତ ଛାତ୍ରୀ/ଛାତ୍ର ଙ୍କ ଶିକ୍ଷଣ ପାଇଁ ତାଲିମ ର ସେବା ଉପଲବ୍ଧ ହେବ ବୋଲି ବିଆରର୍ଟି ପ୍ରଦୀପ କୁମାର ବେହେରା ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ବିଭାଗ ର କିରାଣୀ ମକର୍ଧ୍ୱଜ ବାଗ,ମନୋଜ ସାହୁ,କ୍ଷୀରୋଦ ବଡ଼ମାଲି,ପ୍ରଫୁଲ୍ଲ କୁମାର ପାଠୀ,ହେଡକ୍ଳର୍କ ଶିଶିର କୁମାର ଦାସ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।