-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
02-Dec-2020
କୋକସରା: (ତ୍ରିନାଥ ଵେଶ୍ରା) କୋକସରା ଥାନା ଡାଲଗୁମା ପଞ୍ଚାୟତର ଜଣେ ନାବାଳିକା ସେହି ଗାଁର ଜଣେ ଯୁବକଙ୍କ ନିର୍ଯ୍ୟାତନା ସହି ନ ପାରି କୀଟନାଶକ ପାନ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଭବାନୀପାଟଣା ହସ୍ପିଟାଲରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଡାଲଗୁମା ଗାଁର ଅଶୋକ ମାଝୀଙ୍କ ଝିଅ ଗତ ୨୯ ତାରିଖ ଅପରାହ୍ନରେ ନଳକୂପକୁ ପାଣି ଆଣିବାକୁ ଯାଇଥିବା ବେଳେ ସେହି ଗାଁର ଧବଳେଶ୍ବର ଧରୁଆଙ୍କ ପୁଅ ସୁଶାନ୍ତ ଧରୁଆ ଓରଫ ଟୁନା(୨୭) ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ, ଯାହାକୁ ସହ୍ୟ କରିନପାରି ଯୁବତୀ ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ଅବସ୍ଥା ଗୁରୁତର ହେବାରୁ ପରିବାର ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କୋକସରା ହସ୍ପିଟାଲରେ ଚିକିତ୍ସା କରିବା ପରେ ମଧ୍ୟ ଅବସ୍ଥାରେ ସୁଧାର ନ ହେବାରୁ ତାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ।ତେବେ ସେଠାରେ ନାବାଳିକାର ମୃତ୍ୟୁ ହୋଇଥିଲା। ଏ ନେଇ ମୃତ ଝିଅର ବାପା ଅଶୋକ ମାଝୀ କୋକସରା ଥାନାରେ ଅଭିଯୋଗ କରିଛନ୍ତି। କୋକସରା ପୋଲିସ ଏହି ମାମଲାରେ ସୁଶାନ୍ତ ଧରୁଆ ଓରଫ ଟୁନାକୁ ଗିରଫ କରି କୋକସରା ଥାନାରେ ଏକ ମାମଲା ରୁଜୁ କରି ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ସୁଚନା ଦେଇଛନ୍ତି।