-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ବନ୍ଦେ ଉତ୍କଳ ଜନନୀକୁ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରିବାର ନିଷ୍ପତ୍ତି ବିରୁଦ୍ଧରେ କୋଶଲ ରାଜ୍ୟ ସମନ୍ୱୟ ସମିତି ଆଗାମୀ ଡିସେମ୍ବର ୪ ତାରିଖରେ ପ୍ରତିବାଦ ଦିବସ ପାଳନ କରିବ

02-Dec-2020



ବଲାଙ୍ଗିର: ଓଡିଶା ରାଜ୍ୟ ସରକାର ଉପନିବେଶବାଦୀ ମନୋବୃତ୍ତି ରଖି ବାରମ୍ବାର ବନ୍ଦେ ଉତ୍କଳ ଜନନୀକୁ ଯେଉଁଭଳି ଭାବରେ କୋଶଳାଞ୍ଚଳର ଦୁଇ କୋଟି ଜନ ସାଧାରଣଙ୍କ ଉପରେ ଲଦି ଦେଉଛି । ତା ବିରୁଦ୍ଧରେ ନିର୍ଣ୍ଣାୟକ ଲଢେଇ କରିବାକୁ କୋଶଳ ରାଜ୍ୟ ସମନ୍ୱୟ ସମିତି ନିଷ୍ପତ୍ତି କରିଛି । କରୋନା କାଳରେ ଯେଭଳି ଭାବରେ ରାଜ୍ୟ ସରକାର ପ୍ରଥମେ ଜବରଦସ୍ତି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମର୍ଯ୍ୟାଦା ଦେବା ପାଇଁ ତରବରରେ ନିଷ୍ପତ୍ତି ନେଲେ ଓ ନିକଟରେ ବନ୍ଦେ ଉତ୍କଳ ଜନନୀକୁ ନବମ, ଦଶମ ଶ୍ରେଣୀର ଶିକ୍ଷା ପାଠ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହାକୁ କୋଶଲ ରାଜ୍ୟ ସମନ୍ୱୟ ସମିତି ତିବ୍ର ନିନ୍ଦା କରିବା ସହ ଏହା ବିରୁଦ୍ଧରେ ଲମ୍ବା ଲଢେଇ କରିବାକୁ ନିଷ୍ପତ୍ତି କରିଛି । ପ୍ରାଥମିକ ପର୍ଯ୍ୟାୟରେ ଆଗାମୀ ୪ ତାରିଖରେ କୋଶଳାଞ୍ଚଳର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ମାର୍ଫତରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦିଆଯିବ ତାପରେ କୋଶଳାଞ୍ଚଳରେ ବ୍ୟାପକ ଜନଜାଗରଣ କରିବା ସହ ବିଭିନ୍ନ ପର୍ଯ୍ୟାୟରେ ଏହି ବିଷୟକୁ ନେଇ ଲମ୍ବା ଅଭିଯାନ କରାଯିବ ବୋଲ ରାଜ୍ୟ ସମନ୍ୱୟ ସମିତି ନିଷ୍ପତ୍ତି କରିଛି ।
    ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୦୩ ମସିହାରେ ସ୍ୱତନ୍ତ୍ର ଉତ୍କଳ ରାଜ୍ୟ ଦାବୀ କରି ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ବୃହତ୍ତର ଭାଷା ଭିତ୍ତିକ ଓଡିଶା ରାଜ୍ୟ ଗଠନ କରିବାର ନିଷ୍ପତ୍ତି ନେଇ ଉତ୍କଳ ସମ୍ମିଳନୀ ଆନ୍ଦୋଳନ କରିଥିଲା । ଏହି ସମୟରେ ଉତ୍କଳ ସମ୍ମିଳନୀର କର୍ମକର୍ମାମାନଙ୍କୁ ଉତ୍ସାହିତ କରିବାକୁ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ବନ୍ଦେ ଉତ୍କଳ ଜନନୀ କବିତା ଲେଖିଥିଲେ । ଉତ୍କଳ କହିଲେ କବଳ ଅବିଭକ୍ତ କଟକ, ବାଲେଶ୍ୱର ଓ ପୁରୀ ଜିଲ୍ଲାକୁ ବିଝାଏ ।

କିନ୍ତୁ ୧୯୩୬ ମସିହାରେ ଯେତେବେଳେ ଓଡିଶା ରାଜ୍ୟ ଗଠନ ହେଲା ସେତେବେଳେ ଉତ୍କଳ ଅଞ୍ଚଳ ସହ କଳିଙ୍ଗ ଭୁଖଣ୍ଡର ଗଞ୍ଜାମ ଓ କୋଶଲ ଅଞ୍ଚଳର ସମ୍ବଲପୁର ଓ କୋରାପୁଟ ଅଞ୍ଚଳକୁ ନେଇ ଏହା ଗଠିତ ହୋଇଥିଲା । ୧୯୪୮ ମସିହାର ଗଡଜାତ ମିଶ୍ରଣ ସମୟରେ ବାକୁ ଅଞ୍ଚଳକୁ ନେଇ ବୃହତ୍ତର ଓଡିଶା ରାଜ୍ୟ ଗଠିତ ହୋଇଥିଲା । ୧୯୩୬ ମସିହାରେ ସମ୍ବଲପୁର ଓ କୋରାପୁଟ କେବଳ ପ୍ରସ୍ତାବିତ କୋଶଲ ରାଜ୍ୟରୁ ଓଡିଶା ସହ ମିଶିଥିଲା । କିନ୍ତୁ ୧୯୪୮ ମସିହାରେ ବାକୁ ସବୁ ଅଂଚଳକୁ ଓଡିଶା ସହ ମିଶେଇ ଦିଆଯାଇଥିଲା । ଏଭଳୀ ସ୍ଥଳରେ ଓଡିଶା ରାଜ୍ୟ ଉତ୍କଳ କିମ୍ବା ବନ୍ଦେ ଉତ୍କଳ ଜନନୀର କୌଣସି ପ୍ରାସଙ୍ଗିକତା ନାହିଁ । କିନ୍ତୁ ରାଜ୍ୟ ସରକାର ସବୁବେଳେ କୋଶଳ ଓ କଳିଙ୍ଗ ଉପରେ ଉତ୍କଳକୁ ଲଦି ଦେଇ ଆସିଛନ୍ତି । ସରକାରଙ୍କ ମୁଖପତ୍ର ନାମକୁ ଉତ୍କଳ ପ୍ରସଙ୍ଗ ବୋଲି ନାମାଙ୍କିତ କରିବା ସହ ଓଡିଶା ପ୍ରତିଷ୍ଠା ଦିବସକୁ ଉତ୍କଳ ଦିବସ ହିସାବରେ ମଧ୍ୟ ପାଳନ କରିଆସିଛନ୍ତି । ଏବେ ନିକଟରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମର୍ଯ୍ୟାଦା ଦିଆଯିବା ପରେ ଓ ସରକାରୀ ପାଠ୍ୟକ୍ରମରେ ତାକୁ ସାମିଲ କରିବାର ନିଷ୍ପତ୍ତି ନେଲେ ପରେ ଓଡିଶା ପ୍ରଶାସନର ଉପନିବେଶବାଦୀ ଚେହେରା ଉଜାଗର ହୋଇ ଯାଇଛି । ଓଡିଶା ସରକାର ଓ ପ୍ରଶାସନର ଏଭଳି ଏକପାଖିଆ ନିଷ୍ପତ୍ତି ଦୁଇ କୋଟି କୋଶଳବାସୀଙ୍କ ସ୍ୱାଭିମାନକୁ ଆଘାତ ଦେଇଛି । ତେଣୁ ସାରା କୋଶଳାଞ୍ଚଳର ଜନସାଧାରଣ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ନିହାତି ଆବଶ୍ୟକ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଆହ୍ୱାନ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like