-+91-9937148622 |
prerana_bgr@rediffmail.com |
Friday 31st July 2026 |
R.N.I. Regd No. ODIODI/2010/46693
Breaking News
24-Nov-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀ)
ସମ୍ବଲପୁର ଟାଉନ୍ ଥାନା ପାଣିଟାଙ୍କିପଡ଼ାର ଜଗଜିତ ସିଂ(୩୯) ଟ୍ରେନ୍ ସମ୍ମୁଖକୁ ଡେଇଁ ବୁଧବାର ଆତ୍ମହତ୍ୟା କରିଛନ୍ତି I ଫାଟକ ଷ୍ଟେସନ୍ ନିକଟରେ ସେ ବୁଧବାର ଦିନ ୧୨ଟା ପାଖାପାଖି ଏକ ଟ୍ରେନ୍ ସମ୍ମୁଖକୁ ଡେଇଁ ପଡ଼ିଥିଲେ I ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ମୃତଦେହ ପଡ଼ିଥିବା ଦେଖି ପୁରୀ ବିକାନିର୍ ଟ୍ରେନ୍ର ଲୋକୋ ପାଇଲଟ୍ ସମ୍ବଲପୁର ଜିଆର୍ପି ଥାନାରେ ରିପୋର୍ଟ ଦେଇଥିଲେ। ସୂଚନା ପାଇବା ପରେ ଜିଆର୍ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପୋଲିସ ବୁର୍ଲା ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ି଼ଛି ।