-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
18-Nov-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଗତ ମଙ୍ଗଳବାର ଦିନ ସ୍ଥାନୀୟ ବ୍ଲକ ସ୍ତରୀୟ ବିର୍ସାମୁଣ୍ଡା ଜୟନ୍ତୀ ମହାସମାରୋହରେ ଆଦିବାସୀ ଭଵନ ଲୋଇସିଂହା ଠାରେ 148 ତମ ଜନ୍ମବାର୍ଷିକ
ଉତ୍ସବ ପାଳନ କରାଯାଇଥିଲା l ଉକ୍ତ ଉତ୍ସବରେ ଜିଲ୍ଲା ଆଦିବାସୀ ସଙ୍ଘର ଉପ ସଭାପତି ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଧରତୀ ଆଵା ବିର୍ସାମୁଣ୍ଡାଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ l ଉକ୍ତ ଜୟନ୍ତୀ ସମାରୋହରେ ଆଦିବାସୀ ସଙ୍ଘର ସଭାପତି ଶ୍ରୀଯୁକ୍ତ ଦଶରତ ଛତ୍ରିଆ, ସମ୍ପାଦକ ଗୋପାଳ ପଧାନ, JSU ର ସଭାପତି ଶ୍ରୀଯୁକ୍ତ ଲଳିତ ମୋହନ ପୁଟା ଓ ସଙ୍ଘର କର୍ମକର୍ତା ଯୋଗ ଦେଇଥିଲେ l ଅଦ୍ୟ ଦିନ ଆଦିବାସୀ ଭଵନ ଠାରେ କମ୍ପୁଟର ଶିକ୍ଷାଦାନ ର ଶୁଭାରମ୍ଭ ତଥା ସିଲେଇ ଶିକ୍ଷାଦାନ ର ମାନଉନ୍ନତି ପାଇଁ ଶ୍ରୀଯୁକ୍ତ ଭୋଇ ଓ ମହାକୁର ଦିଗଦର୍ଶନ ଦେଇ ଜନ୍ମ ଉତ୍ସବ କୁ ସାଫଲ୍ୟ କରିଥିଲେ l କମ୍ପୁଟର ଶିକ୍ଷକ ଶ୍ରୀ ଅମର କୁମାର କୁଅଁର ଓ କୁମାରୀ ରିତେଶ୍ବରୀ ନଏକ ଛାତ୍ରଛାତ୍ରୀମାନଙ୍କୁ କମ୍ପୁଟର ଶିକ୍ଷା ବିଷୟରେ ଧାରଣା ଦେଇଥିଲେ l