-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2022
ପଦ୍ମପୁର(ନରହରୀ ବଗର୍ତ୍ତୀ )
ଭୁବନେଶ୍ବର : କର୍ମଜୀବୀ ସାମ୍ବାଦିକ ସଂଘ ଓଡିଶା ପ୍ରଦେଶ ଶାଖା ଆନୁକୂଲ୍ୟରେ ଭୁବନେଶ୍ବରର ସ୍ଥାନୀୟ ମାଷ୍ଟର କେଣ୍ଟିନ୍ ଛକ ପାଖ ହୋଟେଲ କେଶରୀ ଠାରେ ସଂଘର ରାଜ୍ୟ ସଭାପତି ତଥା ଭାରତୀୟ ସାମ୍ବାଦିକ ସଂଘର ସମ୍ପାଦକ ଶ୍ରୀଯୁକ୍ତ ସୁଜ୍ଞାନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସାଂସଦ ତଥା ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡର ସଦସ୍ୟ ପ୍ରସନ୍ନ କୁମାର ପାଟଶାଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ କଂଜ୍ୟୁମର ଡିସପୁଟ୍ ରିଡ୍ରେସାଲ୍ କମିଶନ, କଟକ ସଭାପତି ତଥା ମାନ୍ୟବର ବିଚାରପତି ଡ. ଦୁର୍ଗା ପଶନ୍ନ ଚୌଧୁରୀ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଅତିରିକ୍ତ ଆଇ.ପି.ଏସ୍ ପୋଲିସ୍ ଡି.ଜି ଶ୍ରୀଯୁକ୍ତ ଗୋପବନ୍ଧୁ ମଲ୍ଲିକ ଯୋଗ ଦେଇଥିଲେ । ଓଡିଶା ରାଜ୍ୟର ସମଗ୍ର ୩୦ ଗୋଟି ଜିଲ୍ଲାରୁ ସାମ୍ବାଦିକ ଉପସ୍ଥିତ ଥିଲେ । ସୂଚାରୁ ରୂପେ ପାଳିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ପବିତ୍ର ପାତ୍ର ବିବରଣୀ ପଠନ କରିଥିବା ବେଳେ, ରାଜ୍ୟ ଉପ-ସଭାପତି ଆଶୁତୋଷ ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରସଙ୍ଗ PRESS AT ROADCROSS ଉପରେ ଶ୍ରୀ ମଲ୍ଲିକ ବିସ୍ତୃତ ଭାବେ ଆଲୋକପାତ କରି ସମାଜରେ ଗଣମାଧ୍ୟମର ଭୂମିକା, ଦାୟୀତ୍ବ ଓ କର୍ତ୍ତବ୍ୟ ଉପରେ ପଙ୍ଖାନୁପଙ୍ଖ ଭାବରେ ଦିଗଦର୍ଶନ ଦେଇଥିଲେ । ସାମ୍ବାଦିକ ମାନେ ସତ୍ୟର ପୂଜାରୀ ହୋଇ ଅସହାୟ, ନିସ୍ପେଷିତ ଗରିବ ଖଟିଖିଆ ମାନଙ୍କର ସ୍ବର ସାଜି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଯତ୍ନଶୀଳ ହେବକୁ ମାନ୍ୟବର ବିଚାରପତି ଡ. ଚୌଧୁରୀ ଉଦବୋଧନ ଦେଇଥିଲେ । ସମାଜର ଜାଗ୍ରତ ପ୍ରହରୀ ଗଣମାଧ୍ୟମକୁ ନିର୍ଭିକତାର ସହିତ ମାନବିକତାକୁ ବଜାୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହିତ ଶ୍ରୀଯୁକ୍ତ ପାଟଶାଣୀ ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିଥିବା ବେଳେ, ଗଣମାଧ୍ୟମକୁ ପରାମର୍ଶ, ଉପଦେଶ ଏବଂ ସାମାଜିକ କର୍ତ୍ତବ୍ୟ ପ୍ରତି ସଜାଗ କରି ରଖିବାକୁ ଉଦ୍ବୋଧନ ଦେଇଥିବା ସମସ୍ତ ଅତିଥିଙ୍କ ପ୍ରକାଶ୍ୟର ବାକ୍ୟକୁ ଗ୍ରହଣ କରିବା ସହିତ ସଂଘ ସଭାପତି ଶ୍ରୀ ଚୌଧୁରୀ ପ୍ରଶଂସା କରିଥିଲେ ଏବଂ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ଦିଗରେ ଦୃଷ୍ଟି ରଖିବାକୁ ଶାସନ ପ୍ରଶାସନର ଦାୟୀତ୍ବ ରହିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ । କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଭାପତି ଲଲିତ ଦାଶ, ରିଟର୍ୟନିଂ ଅଫିସର ପରମାନନ୍ଦ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋତିଲାଲ ବାଗ, ବରଗଡରୁ ଜନକରାମ ଦାଶ, ଜଗନ୍ନାଥ କୁମ୍ଭାର, ସୁରେନ୍ଦ୍ର ମେହେର, ଜୟନ୍ତ ସେଠଙ୍କ ସହିତ ଅନ୍ୟ ସାମ୍ବାଦିକ ମାନେ ସମ୍ବର୍ଦ୍ଧିତ ହୋଇଥିଲେ ।