-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
04-Nov-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଶୁକ୍ରବାର ଦିନ ଲୋଇସିଂହା ଅଗ୍ରସେନ ଭବନ ଠାରେ ବଲାଙ୍ଗୀର ଜିଲ୍ଲା ଛଟେଇ କମ୍ପ୍ୟୁଟର ଶିକ୍ଷକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ଜ୍ୟୋତିର୍ମୟ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ର ବିଭିନ୍ନ ବ୍ଲକର ପ୍ରାୟ ୬୦ ଜଣ ସଦସ୍ୟ ଯୋଗଦେଇ ସରକାର ଙ୍କ ତରଫରୁ ରାଜ୍ୟ ର ୮୦୦୦ ଉଚ୍ଚ ବିଦ୍ୟାଳୟ ଗୁଡିକରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରିବା ନିଷ୍ପତ୍ତିକୁ ସ୍ଵାଗତ କରିବା ସହିତ ଏହି ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟର 2014 ରୁ 2019 ଦୀର୍ଘ 5 ବର୍ଷ ସରକାରଙ୍କ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ହୋଇ ଛଟେଇ ହୋଇଥିବା ୪୦୦୦ କମ୍ପ୍ୟୁଟର ଶିକ୍ଷକଙ୍କୁ ପୁନଃ ନିଯୁକ୍ତିର ଅଗ୍ରାଧିକାର ଦେବାକୁ ସରକାରଙ୍କ ନିକଟରେ ଦୃଢ ଦାବି ଜଣାଇଥିଲେ l ପୂର୍ବରୁ ଗତ ତା-୩୦-୧୦-୨୨ ରିଖ ଦିନ ଜିଲ୍ଲା ର ୧୦ ଟି ବ୍ଲକ୍ ର ୫୦ ଜଣ ସଦସ୍ୟ ଙ୍କୁ ନେଇ ବଲାଙ୍ଗୀର ଯାଦବ ଭବନ ଠାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜିର ବୈଠକ ଦ୍ବିତୀୟ ବୈଠକ ଥିଲା l ଛଟେଇ କମ୍ପ୍ୟୁଟର ଶିକ୍ଷକ ମାନଙ୍କୁ ସ୍ଥାୟୀ ଚାକିରି ଯୋଗେଇଦେବା ପାଇଁ ସରକାରଙ୍କ ସହିତ ନିରନ୍ତର ସଂପର୍କ ରେ ଥିବା ରାଜ୍ୟ ତଥା ଜିଲ୍ଲା ସଂଘକୁ ବିନା କୈାଣସି ସର୍ତ୍ତ ରେ ସବୁଦିନ ଅକୁଣ୍ଠ ସହଯୋଗ ଦେବାକୁ ସମସ୍ତ ସଦସ୍ୟ ଶପଥ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ କ୍ଷେତ୍ରମୋହନ ମିଶ୍ର, ଜିଲ୍ଲା କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ସହ କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ପାତ୍ର, ମାନସ ପାତ୍ର, ଧୃବଚରଣ ପୁଟେଲ, ପ୍ରଶାନ୍ତ ନାଏକ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ବ୍ୟକ୍ତ କରିଥିଲେ l