-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
30-Oct-2022
ବଲାଙ୍ଗୀର/ ରାଜ୍ୟ ଏସ.ଏସ.ବି. ଅଧ୍ୟାପକ ସଂଘର ଏକ ଆଭାଶି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଳାର ଓ.ଏସ.ଏଲ.ଏ. ସଂଘର ସଭାପତି ଶ୍ରୀ ସରୋଜକାନ୍ତ ନୟକ ଏବଂ ସମ୍ପାଦକ ଶ୍ରୀ ଲମ୍ବୋଦର ରାଉତଙ୍କ ଆତିଥ୍ୟ ତଥା ଉପସ୍ଥିତିରେ ସଂଘକୁ ଆହୁରି ସୁଦୃଢ ଓ ବଲିଷ୍ଠ କରିବା ନିମନ୍ତେ ଆଗାମୀ ଭବିଷ୍ୟତର ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ଶ୍ରୀ ଜୟନ୍ତ କୁମାର ବାରିକ, ଶ୍ରୀ ଜୟଦେବ କର ଓ ଶ୍ରୀ ଦୈତାରୀ ସବରଙ୍କୁ ଜିଲ୍ଲା ସଂଘର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବରେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା।
ଜିଲ୍ଲା ସଂଯୋଜକ ଭାବରେ ଶ୍ରୀ ଜୟନ୍ତ କୁମାର ବାରିକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ସଭା ପରିଚାଳନା କରିଥିଲେ, ଶ୍ରୀ ଜୟଦେବ କର ବୈଠକରେ ହୋଇଥିବା କାର୍ଯକ୍ରମର ସମ୍ପୂର୍ଣ୍ଣ ବିବରଣୀ ପାଠ କରିଥିଲେ ଓ ପରିଶେଷରେ ଶ୍ରୀ ରାକେଶ କୁମାର ସେଠୀ ଧନ୍ୟବାଦ ଅର୍ପଣ ସହ ସଭା କାର୍ଯ୍ୟ ସମାପ୍ତ କରିଥିଲେ।