-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
01-Oct-2022
ବୀରମହାରାଜପୁର, ( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କୋସଲ ରାଜ୍ୟ ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋସଲ ରାଜ୍ୟ ସମନ୍ୱୟ ସମିତି ସଂଯୋଜକ କିଶୋର ହୋତା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ କୋସଲ ବାଦୀ ନେତା ବିଭୁଦତ୍ତ ମିଶ୍ର ଯୋଗଦେଇ କୋସଲ ଆନ୍ଦୋଳନ ପାଇଁ ସଙ୍ଗଠନ କୁ ତୃଣମୂଲ ସ୍ତରରେ ମଜବୁତ କରିବା ଯୁବକ ମାନେ ନେତୃତ୍ୱ ନେବାର ଆବଶ୍ୟକ ରହିଛି ବୋଲି ପ୍ରକାଶ କରିଥିଲେ l ଉକ୍ତ ବୈଠକ ରେ ଯୁବ ସଂଗଠକ ଡୋଳାମଣି ପଧାନ, ପ୍ରିତମ ଠାକୁର, ଇଁ.ଆଶ୍ରୟ ମହାନନ୍ଦ, ଚନ୍ଦନ ପଧାନ, ବ୍ୟମୋକେଶ ପଣ୍ଡା, ଶତ୍ରୁଘନ ମେହେର, ନୀଳକମଲ ମିଶ୍ର, ନବ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଆନ୍ଦୋଳନ ପାଇଁ ସମସ୍ତ କୋସଲ ସଂଗଠନ ର ଏକତା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ l ଆସନ୍ତା ୬ ଅକ୍ଟୋବର ୨୦୨୨ ଦିନ ବଲାଙ୍ଗୀର ଠାରେ ସ୍ୱତନ୍ତ୍ର କୋସଲ ଆନ୍ଦୋଳନ ପାଇଁ ବୈଠକ ହେବାର କାର୍ଯ୍ୟକ୍ରମ ରହିଥିବାର ସୂଚନା ଦେଇଥିଲେ l