-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
01-Oct-2022
ବଲାଙ୍ଗିର (ପ୍ରେରଣା ଖବର) ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାରେ ପଂଚାୟତର ସରପଂଚ ଗାୟତ୍ରୀ ଦୋରାଙ୍କ ଅଧ୍ୟାକ୍ଷତାରେ ଶିଶୁମାନଙ୍କ ପାଇଁ ଦିନଟିଏ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ସଂକୀର୍ତ୍ତନ ତ୍ରିପାଠୀ, ପ୍ରବୀଣ ନାରାୟଣ ପଣ୍ଡା, ଅବସରପ୍ରାପ୍ତ
ଶିକ୍ଷକ ବିପ୍ର ଚରଣ ସାହୁ, ଅନ୍ତର୍ଯ୍ୟାମୀ ମିଶ୍ର, ଯୋଗୀନ୍ଦ୍ର ମହାପାତ୍ର ବାଲ୍ୟ ବିବାହ ବନ୍ଦ କରିବା, ଶିଶୁ ଶ୍ରମିକକୁ ବିରୋଧ କରିବା,ଶିଶୁ ମାନଙ୍କୁ ସୁରକ୍ଷା, ଶିଶୁ ନିର୍ଯାତନା, ଶିଶୁ ନିର୍ଯାତନା ଓ ନିରପତ୍ତା ଦେବା ସମ୍ପର୍କରେ ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମରେ ସଂଜୟ ମେର୍ଲି,ବଶିଷ୍ଟ ପଧାନ,ଆଶାକର୍ମୀ କୈକେୟୀସାଣ୍ଢ, କନକ ସେଠ,କନକ ସାହୁ,ସବିତା ପଧାନ , ଅଙ୍ଗନବାଡି
କର୍ମୀ ସାଇରେନ୍ଦ୍ରି ଦାଶ,ପୁଷ୍ପାଞ୍ଜଳି ପାତ୍ର, ରଂଜିତା ବସ୍ତିଆ,ରଂଜିତା ସୁନା,ଅଞ୍ଜଳି ପାତ୍ର,ମାଧୁରୀ ରଣା,ଅହଲ୍ୟା ସୁନା,ଗୀତା ତାଣ୍ଡି ,ସଂଯୁକ୍ତା ପାତ୍ର, ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଗଜିନ୍ଦ୍ର ନାଏକ, ପବିତ୍ର ମୋହନ ପଧାନ, ହରିବୋଲ ପଧାନ ଉପସ୍ଥିତ ଥିଲେ |ବିଦ୍ୟାଳୟର ଛାତ୍ରୀଛାତ୍ରୀମାନଙ୍କୁ ନେଇ ଏକ ଶପଥ ପାଠ କରାଯାଇଥିଲା | ସଭା ଶେଷରେ ବିକାଶ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ |