-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
07-Sep-2022
ବଲାଙ୍ଗିର : ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପୁଣି ତେଜିଲା ଆନ୍ଦୋଳନ l ଆଜି ସକାଳୁ ଓଡିଶା ସରକାର ବିରୋଧୀ ସ୍ଲୋଗାନ ରେ କମ୍ପୁଥିଲା ବଲାଙ୍ଗିର ସହରର ରାଜରାସ୍ତା l ଆଜି କୋଶଳ ସେନା ଓ କୋଶଳ ରାଏଜ୍ ମୁକ୍ତି ମୋର୍ଚା ପକ୍ଷରୁ ୧୨ ଘଣ୍ଟିଆ କୋଶଳ ମହା ବନ୍ଦ ଡାକରା ଦିଆଯାଇଛି l ଏହି ବନ୍ଦକୁ ବଲାଙ୍ଗିର ସମେତ ପଶ୍ଚିମ ଓଡିଶାର ୧୨ ଟି ଜିଲ୍ଲା ର ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି l କୋଶଳ ମହା ବନ୍ଦ ପରିପ୍ରେକ୍ଷୀରେ ଆଜି ସକାଳୁ ସକାଳୁ କୋଶଳ ସେନା ର ସତାଧିକା ଯୁବକ, ସ୍ୱେଚ୍ଛାସେବୀ ଓ କୋଶଳ ପ୍ରେମୀ ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ l ରାସ୍ତାରେ ଟାୟାର୍ ଜାଳି ପ୍ରତିବାଦ ଜଣାଇଥିଲେ l କୋଶଳlଞ୍ଚଳ ର ବିକାଶ ପାଇଁ ସ୍ଵତନ୍ତ୍ର କୋଶଳ ରାଜ୍ୟ ହିଁ ଏକମାତ୍ର ବିକଳ୍ପ ବୋଲି କୁହାଯାଇଛି l ଆଜି ବଲାଙ୍ଗିର ସହରରେ କୋଶଳ ମହାବନ୍ଦ ର ପ୍ରଭାବ ପରିଲକ୍ଷିତ ହୋଇଛି l ସମସ୍ତ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି l ବନ୍ଦ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିବା ସୂଚନା ମିଳିଛି l