-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Nov-2020
ଉଲୁଣ୍ଡା,(ଗୌରଚନ୍ଦ୍ର ପରିଛା) ସୋନପୁର ନେହେରୂ ଯୁବକେନ୍ଦ୍ର ତରଫରୁ ଆଜି ଉଲୁଣ୍ଡା ଠାରେ ଯୁବକ ସଂଘ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁରର ପୋଷ୍ଟମାଷ୍ଟର କୃଷ୍ଣଚନ୍ଦ୍ର ଖୁରା ଯୋଗଦେଇ ଯୁବକ ସଂଘର କିପରି ବିକାଶ ହୋଇ ପାରିବ ସେ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସାମାଜିକ କର୍ମୀ ଲୋକନାଥ ସୁରୁଜାଲ ଓ ବିନୋଦ ଖୁରା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ବ୍ଲକରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କ୍ଲବ ମାନଙ୍କର ବିକାଶ ଉପରେ କାର୍ଯ୍ୟକ୍ରମ କରାଯିବାକୁ ଯୁବକ ସଂଘ ତରଫରୁ ସୂଚନା ଦିଆଯାଇଛି । ଏହି ଅବଶରରେ କୋଭିଡ କଟକଣା ନିୟମକୁ ପାଳନ କରି ସାମାଜିକ ଦୁରତ୍ୱ ରଖି ସଂଘର ବିକାଶ ପାଇଁ ଏକତ୍ରିତ ଭାବରେ କାମ କରିବା ପାଇଁ ଶପତ ପାଠ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନେହେରୁ ୟୁବକେନ୍ଦ୍ରର ଦଶରଥ ପାଣ୍ଡେ, ସମ୍ଭୁରାଜ କର୍ଣ୍ଣ, ଭୁଲାଶଙ୍କର ଦୀପ, ବୃଷବ ମିର୍ଧାଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିଲେ ।