-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Nov-2020
ଉଲୁଣ୍ଡା,(ଗୌରଚନ୍ଦ୍ର ପରିଛା)- ଉଲୁଣ୍ଡା ବ୍ଲକ ମାଟୁପାଲି ଠାରେ କଲାସୀ ଯାତ୍ରା ସମ୍ପନ୍ନ ହୋଇଛି । ଚଲିତ ବର୍ଷ କୋଭିଡ୧୯ କଟକଣା ଯୋଗୁଁ ନିରାଡମ୍ବର ଭାବରେ ଯାତ୍ରା କରାଯାଇଥିଲା । ପ୍ରଥମେ ସିଣ୍ଢୋଲରୁ ଶିବଙ୍କ ଆଜ୍ଞାମାଳ ମାଟୁପାଲିକୁ ଆଣିଥିଲେ । ଏଠାରେ ସୀତାରାମ ଭୁକ୍ତା, ପର୍ଶୁରାମ ଭୁକ୍ତା ପୂଜାର୍ଚନା କରିଥିଲେ । ମିତ୍ରଭାନୁ ଭୁକ୍ତା ଏବଂ ସତୃଘ୍ନ ପଧାନଙ୍କ ଦେହରେ ଦେବୀସବାର ହେବାପରେ ଢୋଲ, ନିଶାନର ତାଲେ ତାଲେ ବରୁଆ ମାନେ ନୃତ୍ୟ କରି ଗ୍ରାମ ପରିକ୍ରମା କରିଥିଲେ । ମାନସିକ ଧାରୀ ମାନେ ପ୍ରତ୍ୟେକ ଦୁଆର ମୁହଁରେ ବରୁଆ ମାନଙ୍କ ପୂଜାର୍ଚନା କରିଥିଲେ । ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।