-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Nov-2020
କଳାହାଣ୍ଡି / କୋକସରା (ତ୍ରିନାଥ ବେଶ୍ରା)-ଭାରତ ସ୍ୱାଧୀନତା ହେବାର 74 ବର୍ଷ ପରେ ମଧ୍ୟ ଅଡୁଆରେ ଗ୍ରାମବାସୀ lଗାଁକୁ ରାସ୍ତା ନାହିଁ କି ସ୍ଵଚ୍ଛ ପାନୀୟ ଜଳ ର ସୁବିଧା ନାହିଁ l ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବୁଢ଼ୀଦର ଗ୍ରାମପଞ୍ଚାୟତ ର ପିପଲଗୁଡl ଗ୍ରାମରେ lଗ୍ରାମବାସୀଙ୍କ କହିବା ଅନୁଯାୟୀ ପିପଲନାଳ ଗ୍ରାମରେ ଏକ ଚେକଡେମ ଥିବାରୁ ଗ୍ରାମବାସୀ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ଏଠାର ବ୍ରିଜ ଟିଏ ହେଲେ ଆମ କଷ୍ଟ ଦୂର ହେବ ବୋଲି ଗ୍ରା ପ୍ରତିନିଧିଙ୍କ ଆଗରେ ଗ୍ରାମମବାସୀ କହିଛନ୍ତି l ବର୍ଷା ମାସରେ ବଢ଼ି ପାଣି ଗାଁକୁ ମାଡ଼ିଆସେ ଓ ବର୍ଷାରେ ନାଳ ଏପଟ ରୁ ସେ ପଟକୁ ଯିବା ଆସିବା ବହୁତ ପାଇଁ ଲୋକେ ଆନେକ କଷ୍ଟ ସ୍ବୀକାର କରିଥାନ୍ତି l ବିଡ଼ିଓ, ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ କେହିଶୁଣୁ ନାହାନ୍ତି ବୋଲି ଗ୍ରାମବାସୀ ଆମ କ୍ୟାମେରା ଆଗରେ କହିଛନ୍ତି l ଲୋକଙ୍କ ଦୃଷ୍ଟିରୁ ବ୍ରିଜ ନିର୍ମାଣ ନହେଲେ ଆଗାମୀ ଦିନରେ ରାସ୍ତା ଅବରୋଧ କରାଯିବ ବୋଲି କହିଛନ୍ତି ଗ୍ରାମବାସୀ।