-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
29-Aug-2022
କଣ୍ଟାମାଳ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଲଶାଗୋରା ଠାରେ ତିନି ଦିନ ବ୍ୟାପୀ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ଏହି ଦିବସକୁ ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାରାୟଣ ପଣ୍ଡା ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତର୍କ,ରଙ୍ଗୋଳି,ସଂଗୀତ, ନୃତ୍ୟ ଆଦି ପ୍ରତିଯୋଗିତାକୁ ଅଧ୍ୟାପିକା ଅନାମିକା ମହାରଣା ଓ ପ୍ରଜ୍ଞା ପରିମିତା ମିଶ୍ର
ବିଶ୍ବେଶ୍ବର ପାଣିଗ୍ରାହୀ, କୈଳାସ ଚନ୍ଦ୍ର ବାରିକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ପ୍ରଧାନଙ୍କ ତତ୍ବାବଧାନରେ କବାଡି ପ୍ରତିଯୋଗିତା ଉଭୟ ବାଳକ ଓ ବାଳିକା ବିଭାଗରେ ହେଇଥିଲା।ଏହାକୁ ଆନୁଷ୍ଠାନିକ ଭାବେ ଡାକ୍ତର ମେହେର ଓ ଅଧ୍ୟକ୍ଷ ମିଳିତ ଭାବେ ଉଦଘାଟନ କରିଥିଲେ। ଶେଷରେ ପ୍ରଧ୍ୟାପକ ଫକୀରମୋହନ ସାହୁ ଓ ଭରତଦ୍ବାଜ ମହାକୁଡ଼ଙ୍କ ଉପସ୍ଥିତିରେ ସଭା ରେ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପଦ୍ମନାଭ ରଣା ଓ ଝିଅ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରୂପେଲି ବାଘ ଓ ସଂସ୍କୃତରେ ପ୍ରଥମ ସ୍ଥାନ ଅଧିକାର କରିଥିବା ତପସ୍ବିନୀ ବାରିକ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା ଅଭିଷେକ କମ୍ପଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
(ରିପୋର୍ଟ ::ଘନଶ୍ୟାମ ଦାନ୍ତl)