-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
29-Aug-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ):କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ଦାଣ୍ଡିଭଜା ପ୍ରାଥମିକ ବିଦ୍ୟାଳୟକୁ ୨୯ ଦିନ ପରେ ଛାତ୍ରୀଛାତ୍ର ମାନେ ଅଧ୍ୟୟନ ପାଇଁ ସ୍କୁଲକୁ ଆସିଥିବା ଦେଖିବାକୁ ମିଳିଛି।ବିଦ୍ୟାଳୟର ପରିଚାଳନା କମିଟି ଓ ଅଭିଭାବକ ମାନେ ତତ୍କାଳୀନ ପ୍ରଧାନ ଶିକ୍ଷକ ସରକାରୀ ଅନୁଦାନ ଓ ଏମଡିଏମ ଅର୍ଥ କୁ ହଡପ କରିଥିବାର ଅଭିଯୋଗ କରିବା ସହ ଉକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ ଓ ଅର୍ଥ ରିକୋଭରି ଦାବି କରି ଗତ ୧ ତାରିଖରୁ ବିଦ୍ୟାଳୟକୁ ପିଲା ମାନଙ୍କୁ ଛାଡି ନ ଥିଲେ। ତେବେ ତତ୍କାଳୀନ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯିବା ପରେ ମଧ୍ୟ ପିଲାଙ୍କୁ ବିଦ୍ୟାଳୟକୁ ଛାଡି ନ ଥିଲେ ଗ୍ରାମ ବାସୀ।ଶିକ୍ଷା ବିଭାଗର ବହୁ ଚେଷ୍ଟା ପରେ ବି କୌଣସି ସମାଧାନ ହେଇ ପାରି ନ ଥିଲା। ଗତ ଶନିବାର ବ୍ଲକ ଅଧକ୍ଷl କୁନି ସାହୁ,ବିଡ଼ିଓ ପ୍ରିୟଦର୍ଶନୀ ମିର୍ଧା, ବିଇଓ ତପିମଣି ଜାନୀ, ସରପଞ୍ଚ ଦୀପ୍ତି ମୟୀ ସାହୁ,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଙ୍କ ସମେତ ଅନ୍ୟ ମାନେ ବିଦ୍ୟାଳୟ କୁ ଯାଇ ଅଭିଭାବକ ମାନଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ପରେ ପିଲାଙ୍କୁ ସ୍କୁଲ ଛାଡିବାକୁ ଅଭିଭାବକ ମାନେ ରାଜି ହୋଇଥିଲେ।ସୋମବାର ବ୍ଲକ ଅଧକ୍ଷ୍ୟା କୁନି ସାହୁ ଦାଣ୍ଡିଭଜା ସ୍କୁଲକୁ ଯାଇ ଛାତ୍ରୀଛାତ୍ର ଙ୍କୁ ଉପହାର ପ୍ରଦାନ କରିବା ସହ ନୂତନ ପୋଷାକ ମଧ୍ୟ ବଣ୍ଟନ କରିଥିଲେ।ଏହି ସମୟରେ ସ୍ଥାନୀୟ ସରପଞ୍ଚ ଦୀପ୍ତି ରାଣୀ ସାହୁ,ଏବିଇଓ ସହଦେଵ ସୁନା,ବର୍ତ୍ତମାନର ପ୍ରଧାନ ଶିକ୍ଷକ ସୁଭକେଶୀ କୁମାର ଉପସ୍ଥିତ ଥିଲେ।ବିଦ୍ୟାଳୟର ପରିଚାଳନା କମିଟି ଓ ଅଭିଭାବକ ମାନଙ୍କ ପକ୍ଷରୁ ଅତିଥି ଓ ଛାତ୍ରୀଛାତ୍ର ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ବ୍ଲକ ଅଧକ୍ଷlଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହେଲା ବୋଲି ଗ୍ରାମବାସୀ କହିଛନ୍ତି।