-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Nov-2020
ବଲାଙ୍ଗିର ,(ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ତୁଷୁରା ଏବଂ ଗୁଡଭେଲାକୁ ସଂଯୋଗ କରିଥିବା ତେଲ ନଦୀ ବ୍ରିଜ଼ ଉପରୁ ଜଣେ ଯୁବକ ଏକ ତିନି ଚକିଆ ବାଇକରେ ଆସି ବ୍ରିଜ ଉପରୁ ନଦୀ ଭିତସିରକୁ ଡେଇଁପଡ଼ିଥିଲେ । ତେବେ ସେଠାରେ ଥିବା ସ୍ଥାନୀୟ ଜନସାଧାରଣ, ତୁଷୁରା ପୋଲିସ ଏବଂ ଓ଼ଡ୍ରାପ ଟିମ୍ର ସଦସ୍ୟମାନେ ନଦୀ ଗର୍ଭରୁ ସମ୍ପୃକ୍ତ ଯୁବକ କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ତେବେ ଉକ୍ତ ଯୁବକ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ବ୍ଲକ ବେଲପଡା ଗାଁର ସନ୍ତୋଷ ମିଶ୍ର ବୋଲି ଜଣା ପଡିଛି । ସୂଚନା ଅନୁସାରେ ସନ୍ତୋଷ ଜଣେ ଯୁବତୀକୁ ଭଲ ପାଉଥିବା ବେଳେ ଉକ୍ତ ଯୁବତୀର ଭିଣୋଇ ତାକୁ ଜୀବନରେ ମାରି ଦେବାର ଧମକ ଦେଇ ଥିଲା । ଏହାକୁ ନେଇ ପ୍ରେମିକ ଦିବ୍ୟାଙ୍ଗ ସନ୍ତୋଷ ମର୍ମାହତ ହୋଇ ନିଜ ପ୍ରେମିକାର ଫଟୋକୁ ଏକ ପ୍ଲାଷ୍ଟିକ ସୂତାରେ ନିଜ ବେକରେ ବାନ୍ଧି ତୁଷୁରା ତେଲ ନଦୀ ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ । ତେବେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହ ପୋଲିସ ବାହିନୀ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ବ୍ରିଜ ଉପରୁ ନିକଟରେ ଗୁଡଭେଲାର ଦୁଇ ଭଉଣୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ, ଯାହା ଚର୍ଚ୍ଚାର ବିଷୟ ସାଜିଥିଲେ ବି ଆତ୍ମହତ୍ୟା ନା ହତ୍ୟା କି ଦୁର୍ଘଟଣା ଜନିତ ମୃତ୍ୟୁ… ଆଜି ଯାଏଁ ତାହା ରହସ୍ୟ ଘେରରେ ରହିଛି ।