-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Aug-2022
ବଲାଙ୍ଗିର(ପ୍ରେରଣା ଖବର)- ଆସନ୍ତା ଅଗଷ୍ଟ ୩୦ରୁ ବଲାଙ୍ଗିର ଜିଲ୍ଲାର ଦୁଇ ଦିନିଆ ଜିଲ୍ଲା ସ୍ତରିୟ ବ୍ୟାଡମିନ୍ଟନ ପ୍ରତିଯୋଗିତା ହେବ । ଆଗଷ୍ଟ ୩୦ ଓ ୩୧ ଦୁଇ ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତା ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ସ୍ଥିତ ଇନଡୋର୍ରେ ହେବା ନେଇ ସ୍ଥିରିକୃତ ହୋଇଛି । ପରୁଷ ବିଭାଗରେ ସିଙ୍ଗିଲ୍ସ୍ ଓ ଡବଲ୍ସ ଦୁଇଟି ବିଭାଗରେ ଖେଳାଳିମାନେ ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ସିଙ୍ଗିଲ୍ସ୍ ପାଇଁ ୩୦୦ ଟଙ୍କା ଓ ଡବଲ୍ସ୍ ପାଇଁ ୫୦୦ ଟଙ୍କା ପଞ୍ଜିକରଣ ରହିଛି । ପ୍ରତିଯୋଗିତାରେ ସମସ୍ତ ଖେଳାଳିଙ୍କୁ ଖେଳ ୟୁନିଫମ୍ରେ ପଡିଆକୁ ଓହ୍ଲାଇବା ସହିତ ଓଡିଶା ରାଜ୍ୟ ବ୍ୟାଡମିନ୍ଟନ ସଂଘର ନିୟମ ମୁତାବକ ଖେଳିବାକୁ ହେବ । ଏହି ପ୍ରତିଯୋଗିତା ପାଇଁ ଜିଲ୍ଲାର ସମସ୍ତ ଉପଖଣ୍ଡ ସ୍ତରିୟ ଏସୋସିଏସନ୍ ମାନଙ୍କୁ ସୂଚିତ କରି ଦିଆ ଯ।।ଇଥିବା ବେଳେ ରିଜର୍ଭ ଇନ୍ ଡୋର ଠାରେ ପ୍ରତିଯୋଗିତା ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ତରଫରୁ ଅନୁମତି ମିଳିଥିବା ବଲାଙ୍ଗିର ଜିଲ୍ଲା ବ୍ୟାଡମିନ୍ଟନ ଏସୋସିଏସନ ର ସଂପାଦକ ସୁରୁଲାଲ ମଟାରୀ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, କରୋନା ମହାମାରୀ କାରଣରୁ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ବ୍ୟାଡମିନ୍ଟନ ଖେଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ତଥାପି ବଲାଙ୍ଗିର ଖେଳାଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଛନ୍ତି । ଏହି ପ୍ରତିଯୋଗିତା ଜିଲ୍ଲାରେ ବ୍ୟାଡମିନ୍ଟନ ପ୍ରତି ଲୋକଙ୍କ ରୁଚି ବାଢାଇବା ସହିତ ନୁତନ ପ୍ରତିଭା ଗୁଡିକୁ ଲୋକ ଲୋଚନକୁ ଆଣିବ ବୋଲି ଶ୍ରୀ ମଟାରୀ ଆଶା ପ୍ରକାଶ କରିଛନ୍ତି ।