-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Aug-2022
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା): ଉଲୁଣ୍ଡା ବ୍ଲକ ଗଣ୍ଡାବାହାଲ ୟୁପିସ୍କୁଲରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହରିଚରଣ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉଲୁଣ୍ଡା ସରପଂଚ ରସ୍ମିତା ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ୫୮ ଜଣ ଛାତ୍ର ଏବଂ ୮୫ ଜଣ ଛାତ୍ରୀଙ୍କୁ ପୋଷାକ ବିତରଣ କରିବା ସହ ଉତ୍ସାହିତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସିଆରସିସି ଗୌତମ ମେଣ୍ଡିଲୀ, ମୋସ୍କୁଲ ଅଭିଜାନର ସଭାପତି ବୈଷ୍ଣବ ଚରଣ ତରାଇ, ପରିଚାଲନା କମିଟିର ସଭାପତି ନାରାୟଣ ହରିପାଲ, ସାମାଜିକ କର୍ମୀ ବସୁଦେବ ଭୋଇ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷୟତ୍ରୀ ଶୁପ୍ରଭା ପାଣିଗ୍ରାହୀ ସଭାପରିଚାଲନା କରିଥିବା ବେଳେ ରାଧାରାଣି ପାଢୀ, ମିତାମୟୀ ନାୟକ, ଶକ୍ତିଶିବାନୀ ମଲ୍ଲିକ, ଅର୍ଚନା ତ୍ରୀପାଠୀ ପ୍ରମୁଖ ସହଯୋଗ କରିଥିଲେ ।