-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Aug-2022
ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ମହାକୁରପାଲି ରୁ ବ୍ରାହ୍ମଣିପାଲି ରାସ୍ତାରେ ବାରମ୍ବାର ଚୋରୀ, ଡକାୟତି, ରାହାଜାନି ପରି ଘଟଣା ହେଉଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସଂଧ୍ୟା ଓ ୭ ଟାରୁ ୯ ଟା ମଧ୍ୟରେ ବ୍ରାହ୍ମଣି ପାଲି ରାସ୍ତାରେ ଏପରି ନିୟମିତ ଭାବରେ ଡକାୟତି ଲୁଟ୍ପାଟ୍ ଘଟଣା ଗ୍ରାମବାସୀଙ୍କୁ ଅତିଷ୍ଟ କରିପକାଇଲାଣି । ନିଜର ଧନଜୀବନର ସୁରକ୍ଷା ପାଇଁ ଗତକାଲି ପୁଇଁନ୍ତଳା ବ୍ଲକର ବ୍ରାହ୍ମଣିପାଲି,ବରବାହାଲି, ମହାକୁରପାଲି ଓ ଖଲିଆପାଲି ଗ୍ରାମବାସୀ ମାନେ ରାତ୍ରୀ ଉଜାଗର ରହି ଡକାୟତି ଦଳଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଏମାନେ ଡକାୟତ ଦଳକୁ ଧରିପାରିନଥିଲେ । ଶେଷରେ ଗ୍ରାମବାସୀ ମାନେ ନିରୂପାୟ ହୋଇ ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମହାକୁରପାଲି ରୁ ବ୍ରାହ୍ମଣିପାଲି ରାସ୍ତାରେ ପୋଲିସ ପେଟ୍ରୋଲିଂ କୁ କଡାକଡି କରିବା ପାଇଁ ଗ୍ରାମବାସୀ ପୋଲିସ କୁ ଅନୁରୋଧ କରିଛନ୍ତି ।