-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Nov-2020
ଭୁବନେଶ୍ୱର, (ପ୍ରେରଣା ଖବର) : କିଛି ଠକେଇ ହୋଇନି । ସବୁ ଯଥାର୍ଥ ଅଛି । ପୁଅ ମୋ ଟଙ୍କାରେ ଅୟସ କରୁନଥିଲା । ତା’ର ମାସିକ ଦରମା କୋଟିଏ ଟଙ୍କା । ବିଭାଗରେ ଥାଇ ମୁଁ ଅର୍ଥ ହଡ଼ପ କରିନାହିଁ । ଭିଜିଲାନ୍ସ ଜାଲରେ ପଡ଼ିଥିବା ଅତିରିକ୍ତ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଅଭୟକାନ୍ତ ପାଠକ ଏଭଳି କହିଛନ୍ତି । ଆଜି କ୍ୟାପିଟାଲ ହସ୍ପିଟାଲରେ ଆଇଏଫଏସ ଅଭୟ ପାଠଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଅଭୟଙ୍କ ସହ ତାଙ୍କ ପୁଅ ଆକାଶ ପାଠକଙ୍କ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କ୍ୟାପିଟାଲ ହସ୍ପିଟାଲ ଯିବାବେଳେ ଅଭୟ ପାଠ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।
ପ୍ରକାଶ ଯେ, ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ସାଉଁଟିବାରେ ଲାଗିଛନ୍ତି ଭିଜିଲାନ୍ସର ୧୫୦ ଜଣ କର୍ମଚାରୀ ।