-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Nov-2020
ବାଲେଶ୍ବର,(ପ୍ରେରଣା ଖବର) : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନସ୍ଥ ନୟାଖଣ୍ଡି ପଂଚାୟତ ଦେଇ ଯାଇଥିବା ଆମ୍ବହତା କେନାଲ କଢ଼ ରେ ଥିବା ଧାନ ବିଲରେ ପଢ଼ିଛି ଜଣେ ଅଚିହ୍ନ! ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମର ଶରୀର ସକାଳେ ସ୍ଥାନୀୟ ଲୋକ ମାନେ ଦେଖି ଖରାଇ ଥାନା କୁ ଖବର ଦେଇଥିଲେ ଖବର ପାଇ ଖରାଇ ଥାନା ର ଆଇଆଇସି ସୁବ୍ରତ କୁମାର ବେହେରା ଏସଆଇ ସୁଜାତା ମଲ୍ଲୀକ ଓ ସୁରେଶ କୁମାର ମାଝୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି ବର୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ବ୍ୟକ୍ତିଙ୍କ ର ପରିଚୟ ମିଳି ପାରି ନାହିଁ ମୃତ୍ୟୁ ବ୍ୟକ୍ତିଙ୍କ ବେକ ରେ ଗଭୀର କ୍ଷତ ହେଇଥିବା ବେଳେ କେନାଲ ବନ୍ଦ ଉପରେ ଗୋଟିଏ ସାଇକେଲ ପଡ଼ିଥିବା ଏବଂ ମରଶରୀର ନିକଟରେ ଜଣେ ବ୍ୟକ୍ତିଙ୍କ ର ଜୋତା ପଡି ଥିବା ର ଦେଖିବାକୁ ମିଳିଛି ଏହି ଖବର ବ୍ୟାପି ଯିବା ପରେ ଘଟଣା ସ୍ଥଳେ ହଜାର ହଜାର ଲୋକ ଭିଡ଼ ଜମାଇ ଥିଲେ