-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
20-Aug-2022
ଶନିବାର ଦିନ ଅର୍ଜୁନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡ଼ିଶା ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ର ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ୟ୍ୟକ୍ରମ ବିଷୟକୁ ନେଇ ବଲାଙ୍ଗୀର ଜିଲ୍ଲା ହୋମିଓପାଥି ମୁଖ୍ୟ ଚିିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ସେଠି ମହୋଦୟଙ୍କ ସହଯୋଗ ରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭ ରେ ଯୋଗ ଶିକ୍ଷକ ଶ୍ରୀଯୁକ୍ତ ସୁରଜ କୁମାର ବକୁଳ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ଯୋଗ ଶିକ୍ଷା ପ୍ରଦାନ କଲେ। ସେ କେଉଁ ଆସନ ଦ୍ଵାରା ଶରୀର କିପରି ବିଭିନ୍ନ ପ୍ରକାରର ରୋଗ ରୁ ରକ୍ଷା ପାଇ ହେବ ତାହା ଉପସ୍ଥାପନ କଲେ। ଦ୍ଵିତୀୟ ପର୍ୟ୍ୟାୟ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ରଥ ଙ୍କ ସଭାପତିତ୍ବ ରେ ପ୍ରଦୀପ ପ୍ରଜ୍ବଳନପୂର୍ବକ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା। ଉକ୍ତ ସଭା ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଂଚ ଶ୍ରୀମତୀ ଗୀତା ଜଗଦଲା ,ସମ୍ମାନିତ ଅତିଥି ଭାବେ ଦେଓଗାଁ ବ୍ଲକ ଭାଇସ୍ ଚେୟାର ମେନ ସୁଶ୍ରୀ ସୂର୍ୟ୍ୟକାନ୍ତି ଛତ୍ରିଆ, ଡ.ଗୋବିନ୍ଦ ଭୁଏ,ଡ.ଲକ୍ଷ୍ମୀପ୍ରିୟା ସେଠି,ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଡ. ଅଶୋକ କୁମାର ସେଠି ଛାତ୍ର ଛାତ୍ରୀ ମାନଙ୍କୁ କିପରି ବିଭିନ୍ନ ପ୍ରକାରର ରୋଗ ବିଷୟ ରେ ସଜାଗ ହେବେ ଓ ନିଜ ପରିବାର ତଥା ସମାଜ କୁ ସୁସ୍ଥ ରଖି ପରିବେ ସେ ବିଷୟ ରେ ଅବଗତ କରାଇଥିଲେ। ଡ.ଗୋବିନ୍ଦ ଭୁଏ ପ୍ରକୃତି ର ସମସ୍ତ ବୃକ୍ଷ ରେ ଔଷଧୀୟ ଗୁଣ ଥିବାର ବିଷୟ ରେ ଉପସ୍ଥାପନା କରିଥିଲେ। ଶ୍ରୀଯୁକ୍ତ ଡିଙ୍ଗର ବେହେରା ଓ ବାଲ ଗୋପଲ ସିଂନିନା ଔଷଧ ବିତରଣ ରେ ସାହାର୍ୟ୍ୟ କରିଥିଲେ। ଡ. ଲକ୍ଷ୍ମୀପ୍ରିୟା ସେଠି ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ସ୍ତ୍ରୀ ରୋଗ ସମ୍ପର୍କ ରେ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରିଥିଲେ।ଉକ୍ତ କାର୍ୟ୍ୟକ୍ରମକରେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ଡିଙ୍ଗର ରାଉତ, ଅରବିନ୍ଦ ବାରିକ,ସୁମନ୍ତ ପରୁଆ,ଜିତେନ୍ଦ୍ର ନାଏକ,ତାପସ ବିଶ୍ବାଳ,କରୁଣା ପଧାନ,ନେପାଳ ଡାଙ୍ଗ, ଗୁପ୍ତେଶ୍ୱର କୁଅଁର,ଜିତେନ୍ଦ୍ର ପଟେଲ,ଚମ୍ପୁଲାଲ ମୁନା, ମୃତ୍ୟୁଞ୍ଜୟ ଲୁହା ଓ ଶିକ୍ଷୟତ୍ରୀ ମଧୁସ୍ମିତା ସାହୁ ତଥା ଶିକ୍ଷା କର୍ମୀ ବିରେନ୍ଦ୍ର ନାଗ ଓ ପ୍ରବୀଣ କର୍ତ୍ତି ସହଯୋଗ କରିଥିଲେ। ପରିଶେଷ ରେ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଅରବିନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।