-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
20-Aug-2022
ଲୋଇସିଂହା (ବିନୋଦ କୁମାର ଦୀପ) ଆଜି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରକୁ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଜୟ ହୋତା ଉଦଘାଟନ କରିଥିବା ବେଳେ ଲୋଇସିଂହା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଆଶା ପ୍ରଧାନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁଙ୍କ ତତ୍ତ୍ଵାବଧାନରେ ଶିବିରର କାର୍ଯକ୍ରମ ଚାଲିଥିଲା l ଏହି ଶିବିରରେ ବିଭିନ୍ନ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ଚୟନ କରାଯାଇ ସେମାନଙ୍କୁ ମାନପତ୍ର ଦିଆଯାଇଥିଲା l ଏହି ଚୟନ ସିବିରରେ ଏକ ଭ୍ରାମ୍ୟମାଣ ଚିକିତ୍ସା ଶିବିର ଖୋଲା ଯାଇଥିଲା ଉକ୍ତ ଭ୍ରାମ୍ୟମାଣ ଦଳରେ ଡକ୍ଟର ସଂଧ୍ୟାରାଣୀ ପଣ୍ଡା, ସୋହନ ମହାପାତ୍ର, ଚନ୍ଦ୍ରମା ରଥ ପ୍ରଭୃତି ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ l ଏହି ଭ୍ରାମ୍ୟମାଣ ଚିକିତ୍ସା ଶିବିରକୁ ପଲ୍ଲୀ ଆଲୋକ ପାଠାଗାରଙ୍କ ସହଯୋଗ ଓ ତାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା