-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
20-Aug-2022
ପଦ୍ମପୁର(ନରହରି ବଗର୍ତ୍ତୀ): ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ସଂକୁଳର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ପୃଥିରାଜ ସାହୁ ସଭାପତି ଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରି ଉପସ୍ଥିତ ଶିଶୁ ମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରା ପାଇଁ ପ୍ରେରଣା ଯୋଗାଇ ଥିଲେ। ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରା ଯାଇଥିଲା ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୋପବନ୍ଧୁ ଗୁରୁଜୀ ସଂଯୋଜନା
କରିଥିବା ବେଳେ ଦ୍ୱାଦଶ କୁ ପ୍ରଧାନ ସଂକୁଳ ପ୍ରମୁଖ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଜ୍ଞାନ ପ୍ରମୁଖ ମମତା ଗୁରୁମା କାର୍ଯ୍ୟକ୍ରମ ର ସୂଚନା ପ୍ରଦାନ କରିଥିବା ବେଳେ ଚୈତନ୍ୟ ଗୁରୁଜୀ ବ୍ୟବସ୍ଥା ସୂଚନା ଦେଇଥିଲେ । ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ସଂକୁଳ ରୁ ୧୮୮ ଜଣ ପ୍ରତିଭାଗୀ ପ୍ରକଳ୍ପ ପ୍ରଦର୍ଶନ, ପ୍ରଶଂମଞ୍ଚ,ପ୍ରୟୋଗ, ପତ୍ରବାଚନ ଓ ନିର୍ବନ୍ଧ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ଉଦଘାଟନୀ ଦିବସରେ କିଶୋର ବର୍ଗର ବିଭିନ୍ନ ପ୍ରଶ୍ନମଞ୍ଚ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ୧୭ ଜଣ ପରିଚାଳକ ପରିଚାଳନା କରିଥିଲେ । ଶେଷରେ ଜନକ ଲାଲ୍ ମେହେର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥଲେ ।