-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
18-Aug-2022
ବଲାଙ୍ଗିର(ପ୍ରେରଣା ଖବର) , ଆସନ୍ତା ଅଗଷ୍ଟ ୨୧ ତାରିଖ ଦିନ ଭୁବନେଶ୍ୱର ଠାରେ ଆମ୍ ଆଦମୀ ପାର୍ଟି ର ରାଜ୍ୟସ୍ତରୀୟ ସମାବେଶ ଅନୁଷ୍ଠିତ ହେବ । ଓଡ଼ିଶା ପାଇଁ ଆପ୍ ର ଆଗାମୀ ରଣନୀତି କଣ ରହିବ, ସେ ସଂପର୍କରେ ଏହି ସମ୍ମିଳନୀରେ ଆଲୋଚନା ହେବ ବୋଲି ଜଣାପଡିଛି । ଦୀର୍ଘ ୨୫ ବର୍ଷର ବିଜେଡି ଶାସନରେ ରାଜ୍ୟରେ ଦେଖାଦେଇଥିବା ଏକଛତ୍ରବାଦ ଓ ଅରାଜକତା ବିରୁଦ୍ଧରେ ଆପ୍ ସ୍ୱରଉତ୍ତୋଳନ କରିବ । ଏଥିରେ ଆପ୍ ର ବହୁ ରାଜ୍ୟସ୍ତରୀୟ ନେତା ଯୋଗ ଦେବେ ବୋଲ ଜଣାପଡିଛି । ଏହି ସମ୍ମିଳନୀରେ ଓଡ଼ିଶାର ଶିକ୍ଷା,ସ୍ୱାସ୍ଥ୍ୟ, ବିଜୁଳି,ରୋଯଗାର, କୃଷି, ପରିବେଶ, ମହିଳା ସଶକ୍ତିକରଣ ଓ ଆଦିବାସୀ ବିକାଶ ପରି ମୁଦ୍ଦା ଉପରେ ଆଲୋଚନା ହେବ ବୋଲି ଆପ୍ ର ବଲାଙ୍ଗୀର ଜିଲ୍ଲା ଆବାହକ ଆଶିଷ ପାଣ୍ଡେ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀକୁ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଓ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲି ସେଣ୍ଟର ବିଧାୟକ ବିରେନ୍ଦ୍ର ସିଂ କାଦିଆନ ସମ୍ବୋଧିତ କରିବେ ବୋଲି ଗତକାଲି ଆପ ପକ୍ଷରୁ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି l