-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
17-Aug-2022
ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ)- ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ସ୍କୁଲ ଗୁଡିକରେ ଭିତ୍ତିଭୂମିର ଅଭାବ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । କେଉଁ ସ୍କୁଲରେ ଶିକ୍ଷକ ନାହାନ୍ତି ତ କେଉଁଠି ଭଲ ସ୍କୁଲ କୋଠା ନାହିଁ । ତେଣୁ ଜିଲ୍ଲାରେ ଶିକ୍ଷାବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିୁଅନ୍ତୁ ବୋଲି ପଶ୍ଚିମ ଓଡ଼ିଶା ସେବା ସଂଘ ତରଫରୁ ଦାବିକରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ୍ର ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଏକ ଦଫା ଦାବିପତ୍ର ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ପ୍ରଦାନ କରାଯାଇଛି । ଓଡ଼ିଶାରେ ବନ୍ଦ ହୋଇ ପଡିଥିବା ୧୪ହଜାର ବିଦ୍ୟାଳୟକୁ ପୁନଃଚାଲୁ କରିବା, ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ବାବଦକୁ ଟଙ୍କା ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଏକାଉଣ୍ଟରେ ପ୍ରଦାନ କରିବା, ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି, ବିଦ୍ୟାଳୟ କୋଠା ନିର୍ମାଣ ଆଦି ବିଭିନ୍ନ ସମସ୍ୟାକୁ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପଳ ଲମ୍ବୋଦର ଧରୁଆ ଙ୍କୁ ପ୍ରଦାନ କରାଯାଇଛି । ପଶ୍ଚିମ ଓଡ଼ିଶା ସେବା ସଂଘ ର ସଭାପତି ରାଜେଶ ବଗର୍ତ୍ତି ଙ୍କ ନେତୃତ୍ୱରେ ସଂଘର ବହୁ ସଦସ୍ୟ ଏଥିରେ ସାମିଲ ହୋଇଥିଲେ ।