-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
17-Aug-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ (ଖ) ଦ୍ୱାରା ଆମ ଜଙ୍ଗଲ ସମିତି ପକ୍ଷରୁ ଆମ ଜଙ୍ଗଲ କାର୍ଯ୍ୟକ୍ରମରେ ୧୦ ହେକ୍ଟର ବିଶିଷ୍ଟ ଏକ ଜଙ୍ଗଲ ବିକାଶ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ, ବୃନ୍ଦାବନ ସେଠ୍ ସରପଞ୍ଚ ନଅଗାଁ (ଖ), ରାମଜୀ
ସଂଘର ସଭାପତି ନରସିଂହ ସାହୁ, ସମ୍ପାଦକ ସଦାନନ୍ଦ ପଶାୟତ, ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ସମ୍ପାଦକ ପ୍ରଶାନ୍ତ ନାୟକ, ଚୂଡ଼ାମଣି ବିଶ୍ୱାଳ, ଗୋପୀନାଥ ଦୀପ, ଫକୀର ବିଶ୍ୱାଳ, ଅର୍ଜୁନ ସାହୁ, ବୃନ୍ଦାବନ ସାହୁ, ବିନାୟକ ବିଶ୍ୱାଳ ତଥା ରାମଜୀ ଯୁବକ ସଂଘର ବହୁ ସଦସ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଲୋଇସିଂହା ରେଞ୍ଜରଙ୍କ ତରଫରୁ ଚିନ୍ମୟ ପାଣିଗ୍ରାହୀ ସଭାରେ ଯୋଗଦାନ କରି ଜଙ୍ଗଲ ବିକାଶ ବିଷୟରେ ଆଲୋଚନା କରିଥିଲେ l ବିଧାୟକ ଡ଼ ମୁକେଶ ମହାଲିଙ୍ଗ ଜଙ୍ଗଲ ବିକାଶ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ କଥାଦେଲେ l ସଭା କାର୍ଯ୍ୟ ଶେଷରେ ବିଧାୟକ ସହ ଉପସ୍ଥିତ ସମସ୍ତ ସଭ୍ୟ ତେଲିକଣ୍ଟା ପାଖରେ ବୃକ୍ଷରୋପଣ କରିଥିଲେ l