-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
16-Aug-2022
ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ)- ଆସନ୍ତା ଅକ୍ଟୋବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ନଲାଙ୍ଗୀର ଜଙ୍ଗଲ ବିଭାଗ ଆନୁକୂଲ୍ୟରେ ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହେବ । ବନ୍ୟ ଜନ୍ତୁଙ୍କ ସୁରକ୍ଷା, ବିରଳ ପ୍ରଜାତିର ପଶୁପକ୍ଷୀଙ୍କ ବଂଶବୃଦ୍ଧି ଆଦି ବିଷୟକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଲକ୍ଷ ନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବନ୍ୟ ପ୍ରାଣୀ ସୁରକ୍ଷା ସଂପର୍କିତ ବିଷୟକୁ ନେଇ ଆଜି ଜିଲ୍ଲ୍ାର ବିଭିନ୍ନ ସ୍କୁଲ ର ଜୁନିୟର ଓ ସିନିୟର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନେ ଆସନ୍ତା ଅକ୍ଟୋବର ୨ ତାରିଖ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ୬୮ତମ ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ଅବସରରେ ପୁରସ୍କୃତ ହେବେ ବୋଲି ବଲାଙ୍ଗୀର ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।