-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
31-Jul-2022
ପାଟଣାଗଡ(ପୂର୍ଣ୍ଣ ଶଶୀ ଶେଖର ରାଓ)ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେ ଖୁଚୁରା ସାର୍ ଦୋକାନୀ ମାନେ ଓ ବେଆଇନ ସାର୍ ବିକ୍ରେତା ମାନେ ସାର୍ ଅହେତୁକ ଦରରେ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି।ଯାହାକି ଚାଷୀମାନଙ୍କ ପ୍ରତି ଶୋଷଣ ହେଉଛି ୟୁରିଆ ସାର ମୂଲ୍ୟ ୨୬୬ ଟଙ୍କା ଥିବାବେଳେ ୫୫୦,୬୦୦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଭଳି ନକରିବାକୁ ପ୍ରଥମେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଧୁମାଭଟା ସରପଞ୍ଚ ବନମାଳୀ ନାଏକ ସାର୍ ବେପାରୀ ମାନଙ୍କୁ ତାଗିଦ୍ କରିଥିଲେ ଓ ଅଞ୍ଚଳରେ ଉଦାହରଣ ସୃଷ୍ଟି କରିଥିବା ବେଳେ ଆଜି ଖପ୍ରାଖୋଲ ବ୍ଳକ ଭାନପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୀନା ଜାଲ ଖୁଚୁରା ସାର୍ ବେପାରୀ ମାନଙ୍କୁ ଚଢ଼ା ଦରରେ ବିକ୍ରୀ ନକରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଏବଂ ବ୍ଳକ ରେ ଉଦାହରଣ ସୃଷ୍ଟି କରିଛନ୍ତି। ଅନ୍ୟପଟେ ଭାନପୁର ପଞ୍ଚାୟତ ରେ ଟ୍ରାକ୍ଟର ମାଲିକ ମାନେ ରାସ୍ତା ଉପରେ ଲୁହାଚକ ଚଳାଚଳ କରି ରାସ୍ତା ଗୁଡ଼ିକୁ ଖରାପ କରିଦେଉଛନ୍ତି। ସେଥିପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ରେ ଲୁହା ଚକ ଟ୍ରାକ୍ଟର ଚଲାଇବା ହେଉଛି ଏକ ଅପରାଧ ସେଥିଲାଗି ଲୁହା ଚକ ଟ୍ରାକ୍ଟର ନଚଲାଇବାକୁ ପରାମର୍ଶ ଦେଇଛନ୍ତି ଏବଂ ଆଇନ୍ ର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ସରପଞ୍ଚଙ୍କ ଏଭଳି ପଦକ୍ଷେପ ପାଇଁ ଅଞ୍ଚଳବାସୀ ବହୁ ପ୍ରଶଂସା କରୁଥିବା ଜଣାପଡିଛି।