-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
31-Jul-2022
ବଲାଙ୍ଗିର, ବଲାଙ୍ଗିର ଜିଲା ଲୋଇସିଂହା ବ୍ଳକ ଉପର ବାହାଲ ଗ୍ରାମର ଜଣେ ସଫଳ ଓ ଜଣାଶୁଣା କପl ଚାଷୀ ତଥା ଆଦର୍ଶ ମଣିଷ ହେଉଛନ୍ତି ରୁଦ୍ର କିଶୋର୍ ସାହୁ l ବୟସ ପାଖାପାଖି ୬୮,ପରିବାର କହିଲେ ନିଜର ଦୁଇ ପୁଅ ଓ ବୋହୁ,ନାତି ନାତୁଣୀ ଙ୍କୁ ନେଇ ତାଙ୍କର ଏକ ଚ୍ଛୋଟିଆ ସଂସାର l ଲୋୟର୍ ଶୁକତେଲ ଡେମ୍ ବିଭାଗର ଜଣେ ଅମିନ ଭବରେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିସାରିଥିବା ରୁଦ୍ର କିଶୋର୍ କେବଳ ଜନେ ସଫଳ କପl ଚାଷୀ ନୁହଁନ୍ତି, ସେ କପା ଚାଷୀ ମାନଙ୍କୁ ତାଲିମ ଦେବା ପାଇଁ ଜିଲ୍ଲାର ବିଭିନ୍ନ୍ ସ୍ଥାନକୁ ଯାଇଥାନ୍ତି lନିଜ ଗାଁ ରେ ଥିବା ୫ ଏକର ଜମିରେ ଧାନ ଓ କପl ଚାଷ କରି ନିଜକୁ ଓ ନିଜ ପରିବାରକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି ଶ୍ରୀ ସାହୁ l ସବୁଠାରୁ ବଡ଼ କଥା ହେଲା, ବର୍ତ୍ତମାନ ଏହି ପରିଣତ ବୟସରେ ମଧ୍ୟ ନିଜ ଘରେ ଏକ ସାର ଦୋକାନ ଚଳାଉଛନ୍ତି ରୁଦ୍ର କିଶୋର ସାହୁ l ଏହି ଚାଷୀ ଜଣକ ଜୀବନରେ ଅନେକ ସଂଘର୍ଷ କରିଛନ୍ତି l ନିଜର ଗୋଟିଏ କିଡ଼ନୀ ହରାଇଥିବା ରୁଦ୍ର କିଶୋର କେବେ ନିଜକୁ ହlର୍ ମାନି ନାହାଁନ୍ତି l ଜଣେ ସଫଳ ଚାଷୀ ଭବରେ ରୁଦ୍ର କିଶୋର ୨୦୦୬ ମସିହାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି l ଅନେକ ପ୍ରତିକୂଳ ପରିସ୍ଥିତି କୁ ସାମନା କରି ମଧ୍ୟ ରୁଦ୍ରକିଶୋର୍ ନିଜର ମନୋବଳକୁ ସୁଦୃଢ କରିବା ସହ ସବୁବେଳେ କର୍ମତତ୍ପର ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି l