-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||     

HOME   ଜିଲ୍ଲା

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ସେ ଦିନର ହାଡ୍‌ଖୋର ମାଓବାଦୀ ସରକାର ସହ ଦୁସ୍‌ମନୀ ୍ ଥିଲା ଏବେ ଦୋସ୍ତୀ ହେଲା

29-Jul-2022



ନାକଟିଦେଉଳ (କନ୍ଦର୍ପ ବେହେରା)-ଦିନ ଥିଲା ନାକଟିଦେଉଳ ବ୍ଲକ୍ ମାଓଙ୍କ କବଜାରେ । ସେଇ ସମୟରେ  ଲୋକମାନେ ତାଟି କବାଟ ଦେଇ ଶୋଇ ପଡୁଥିଲେ । ବାହାରକୁ ଆସିବାକୁ ମାଓ ଭୟ । ଦିନ ତମାମ୍ ଭୟର ବାତାବରଣ । ରାତିରେ ମାଓଙ୍କ ତାଣ୍ଡବ ଲୋକମାନଙ୍କ ମନରେ ଭୟ ଦେଖାଦିଏ । ହେଲେ ଆଜି ନାକଟିଦେଉଳ ବ୍ଲକ୍ ମାଓ କବଳରୁ ମୁକ୍ତ । ସରକାର ଆତ୍ମସମର୍ପଣ କରିଥିବା ମାଓ ମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ ମାଓଙ୍କ ପାଇଁ ଦେଇଥିବା ପ୍ରତିଶୃତି ଆଜି ପ୍ରତିଶୃତିରେ ରହିଯାଇଛି । ଅ।।ଜି ବି ନାକଟିଦେଉଳ ବ୍ଲକରେ ଆତ୍ମ ସମର୍ପଣ କରିଥିବା ହାର୍ଡଖୋର ମାଓ ନେତା ଓ ନେତ୍ରୀମାନେ ଅବହେଳିତ ତଥା ଲାଂଛିତ । କିଏ ମୁଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଛି ତ ଆଉ କିଏ ଛୋଟକାଟିଆ ହୋଟେଲ୍ କରି ଜୀବନ ନିର୍ବାହ କରୁଛନ୍ତି । 
  ସେମିତି ଯିବନ କାଳାତିପାତ କରୁଥିବା ମାଓ ନେତା ଓ ନେତ୍ରୀମାନଙ୍କୁ  ଭେଟିଥିଲେ ଆମ ରେଢାଖୋଲ ପ୍ରତିନିଧି କନ୍ଦର୍ପ ବେହେରା । ମାଓ ନେତା ଧନୁ ଝାଙ୍କର , ଅମର ମିର୍ଦ୍ଦା ହେଉଛନ୍ତି  ଏରିଆ କମାଣ୍ଡର । ଧନୁ ଝାଙ୍କର ହେଉଛନ୍ତି ଧନୁ ଦେହୁରୀ ନାମରେ ବେଶ୍ ପରିଚିତ ସାରା ପଶ୍ଚିମ ଓଡିଶାରେ । ଧନୁ ନାଁ ଶୁଣିଲେ ଲୋକମାନଙ୍କ ମନରେ ଛନକା ପଶିଯାଏ । ଉଚ୍ଚା ମଣିଷ । ୬ ଫୁଟ୍ ୩ ଇଂଚ ଉଚ୍ଚତା ।  ସେ ବରଗଡ ଜିଲ୍ଲାରେ ଏରିଆ କମାଣ୍ଡର ଭାବରେ କାମ କରୁଥିଲେ । ସରକାର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଅପିଲ୍ କରିଥିଲେ । ମାଓ ନେତା ଧନୁ ଆତ୍ମ ସମର୍ପ କରିଥିଲେ ବିନା ବନ୍ଧୁକରେ । ହେଲେ ତାଙ୍କୁ ଗିରଫ କରାଗଲା ବୋଲି ପୋଲିସ୍ କେସ୍ ଲଗାଇଲା । ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ଆତ୍ମ ସମର୍ପଣ କରିଥିଲେ ମଧ୍ୟ ସରକାରଙ୍କ ପ୍ରତିଶୃତି ପ୍ରତିଶୃତିରେ ରହିଗଲା ।  ଧନୁକୁ ତା-୪/୩/୨୦୦୮ ରେ କୋର୍ଟ କୁ ଚାଲାଣ କରାଗଲା । ଧନୁ ୨୦୧୪ ମସିହା ଜୁଲାଇ ମାସରେ କୋର୍ଟରୁ ବାହାରିଲେ । ଧନୁଙ୍କ ନାମରେ ୨୫ ଟି କେସ୍ ମାମଲା କଲା ପୋଲିସ୍ । ସେଇ ସମୟରେ ମାଓ ନେତା ଧନୁ ଦେହୁରୀ(ଝାଙ୍କର)କୁ ଧରାଇଲେ ୨ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ସରକାର ମଧ୍ୟ ଘୋଷଣା କରିଥିଲେ । ହେଲେ ମାଓ ନେତା ଧନୁ ନିଜେ ଆତ୍ମସମର୍ପଣ କରି ଜେଲ ଯାଇଥିଲେ । ଏସ୍ ଆଇ ଡବ୍ଲୁ ବର୍ଷକୁ ୩୬ ହଜାର ଟଙ୍କା ଲେଖାଏଁ ଦୁଇ ବର୍ଷ ପାଇଁ ଦେଇଥିଲା । ହେଲେ ପର ମୁହୁର୍ତରେ ଆଉ କିଛି ବି ଟଙ୍କା ଦେଲାନି ବୋଲି ମାଓ ନେତା ଧନୁ ପ୍ରକାଶ କରିଛନ୍ତି । ମାଓ ନେତା ଧନୁଙ୍କର ଜମିବାଡି ବିଶେଷ ନ ଥିବାରୁ ସେ ଏବେ ଭାଗ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି । ସେ କୁହନ୍ତି ସରକାର ସହ ଦୁଷ୍ମନ ଥିଲା ହେଲେ ଏବେ ଦୋସ୍ତୀ ହେଇଛୁ । ସରକାର ଦେଇଥିବା ପ୍ରତିଶୃତି ପାଳନ ନ କଲେ ଭବିଷ୍ୟତରେ  ମାଓ ସଂଗଠନରେ ମିଶିବାକୁ ବାଧ୍ୟ ହେବି ବୋଲି ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି ମାଓ ନେତା ଧନୁ ଦେହୁରୀ (ଝାଙ୍କର) । 
  ଠିକ୍ ସେଇପରି ଆଉ ଜଣେ ମାଓ ନେତା ଏରିଆ କମାଣ୍ଡର ଅମର ମିର୍ଦ୍ଧା ଏବଂ ତାଙ୍କ ପତ୍ନୀ ମାଓ ନେତ୍ରୀ ଆରତୀ ମିର୍ଦ୍ଧା । ଏମାନେ ୨୦୦୧ ରେ ମାଓ ସଂଗଠନରେ ମିଶିଥିଲେ । ଏବେ ଟାମ୍ପରସିଂଘା ରେ ହୋଟେଲ୍ କରି ପରିବାର ପ୍ରତିପୋଷଣ କରୁଛନ୍ତି ।  ଅମର ମିର୍ଦ୍ଧା ଦେବଗଡ ଅଂଚଳରେ ଏରିଅ।। କମାଣ୍ଡର ଥିବା ବେଳେ ତାଙ୍କ ପତ୍ନୀ ଫୌଜି ଥିଲେ । ଏମାନଙ୍କର ୨ ପୁଅ ବର୍ତମାନ ପାଠ ପଢୂଛନ୍ତି ଜଣେ ନବମ , ଏବଂ ଆଉ ଜଣେ ୭ ମରେ ।  ଅମର ମିର୍ଦ୍ଧା ୨୦୧୨ ରେ ଦେବଗଡରେ ଆତ୍ମ ସମର୍ପଣ କରିଥିଲେ । ସେଇ ସମୟରେ ପ୍ରଶାସନ ତାଙ୍କୁ ୩ ଲକ୍ଷ ଟଙ୍କା , ୫ ଏକର ଜମି , ବାସଗୃହ ପାଇଁ ୪ ଡିସିମିଲ୍ ଜାଗା ଦେବାକୁ ଦୃଢ ପ୍ରତିଶୃତି ଦେଇଥିଲେ । ମାତ୍ର ୪ ଡିସିମିଲ୍ ଜାଗା ଦେଇ ସରକାର ଚୁପ୍ ରହିଗଲେ । ହୋମଗାର୍ଡରେ ରହିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ ହେଲେ ପ୍ରତିଶୃତି ପ୍ରତିଶୃତିରେ ରହିଗଲା । । ଅମର୍ ଙ୍କର ଜମିବାଡି କିଛି ବି ନାହିଁ । ମୁଖ୍ୟ ସ୍ରୋତରେ ମିଶି ସରକାର ଆମକୁ ପ୍ରତାରଣା କଲେ ବୋଲି ଅମର୍ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି । ବ୍ୟାଙ୍କରେ ଲୋନ୍ ପାଇଁ  ଜୁଜୋମୁରା ୟୁନିୟନ୍ ବ୍ୟାଙ୍କକୁ ଦୌଡି ଦୌଡି ନୟାନ୍ତ ହେଇଗଲେ ପଛେ ଲୋନ୍ ମିଳିଲା ନାହିଁ । ଆଉ ଜଣେ ମାଓ ନେତ୍ରୀ ହେଲେ ଦିପ୍ତୀ ନାଏକ । ସେ ୨୦୦୫ ରୁ ମାଓ ସଂଗଠନରେ ସାମିଲ୍ ହୋଇଥିଲେ । ୨୦୦୮ ରେ ସେ ସମ୍ବଲପୁରଏସ୍ ପି ଙ୍କ ଠାରେ ଆତ୍ମ ସମର୍ପଣ କରିଥିଲେ । ତାଙ୍କୁ ଇନ୍ଦିରା ଆବାସ ଯୋଜନାରେ ସାମିଲ୍ କରାଯାଇଥିଲା ହେଲେ ୪୮ ହଜାର ଟଙ୍କାରୁ ଆଉ ୧୩ ହଜାର ଟଙ୍କା ବ୍ଲକ୍ ରୁ ମିଳିପାରିଲା ନାହିଁ ଦିର୍ଘ ବର୍ଷ ହେଲା । ବ୍ଲକ୍ ଅଫିସକୁ ଦୌଡି ଦୌଡି ନୟାନ୍ତ ହେଇଗଲେ ହେଲେ ସେ ସମୟର ବିଡିଓ ଜେଇ ମାଓ ନେତ୍ରୀ ଦିପ୍ତୀକୁ ବାକି ଟଙ୍କା ଦେଲେ ନାହିଁ ।   ତାଙ୍କ ନାମରେ ଗୋଟିଏ କେସ୍ ଥିଲା ।  ୧୨ ବର୍ଷ ପରେ ଦେବଗଡରେ କେସ୍ ହେଲା ଏବଂ ୨୦୧୬ ରେ ୧ ବର୍ଷ ପାଇଁ ଜେଲ୍ ହେଲା । ସରକାର ୧୦ ହଜାର ଟଙ୍କା ମାତ୍ର ସହଯୋଗ ଦେଇଥିବା ବେଳେ ୨ ଲକ୍ଷ ଟଙ୍କା  ଦେବାକୁ ପ୍ରତିଶୃତି ଦେଇଥିଲେ । ଏପରିକି ହୋମ୍ ଗାର୍ଡ ରେ ଚାକିରି କରାଇଦେବାକୁ ପ୍ରଶାସନ ପ୍ରତିଶୃତି ଦେଇଥିଲା ବୋଲି ଦିପ୍ତୀ ପ୍ରକାଶ କରିଛନ୍ତି । ମିଳିବ ବୋଲି ଦୃଢ ପ୍ରତିଶୃତି  ଦେଇଥିଲେ ।  ବର୍ତମାନ ସେ ନାକଟିଦେଉଳ ବ୍ଲକ୍ ପେଣ୍ଠବାହାଳ ଗ୍ରାମ ନିକଟରେ ରହୁଛନ୍ତି ହେଲେ ତାଙ୍କ ଘରକୁ ଏ ଯାଏଁ ଲାଇନ୍ ର ବ୍ୟବସ୍ଥା ହୋଇ ପାରିନାହିଁ ଯା ଫଳରେ ସେ ଅନ୍ଧାର ଭିତରେ ଦିନ କାଟୁଛନ୍ତି । 
  ଠିକ୍ ସେଇ ପରି ଆଉ ଜଣେ ମାଓ ନେତ୍ରୀ ହେଲେ ରେବତୀ ନାଏକ ।  ସେ ମଧ୍ୟ ମାଓ ସଂଠନରେ ଫୌଜି ଥିଲେ ।  ୨୦୦୫ ରେ ସେ ମାଓ ସଂଗଠନରେ ମିଶିଥିଲେ ।୨୦୧୨ ରେ ସେ ଆତ୍ମ ସମର୍ପଣ କରିଥିଲେ ମଧ୍ୟ ପୋଲିସ ତାଙ୍କୁ ଗିରଫ କରିଥିଲା । ସେ ୫ ବର୍ଷ କାଳ ଜେଲର ଚାରି କାନ୍ଥ ଭିତରେ ନିଜର ଛୋଟ ଛୋଟଛୁଅ।।କୁ ଧରି ରହିଯାଇଥିଲେ । ତାଙ୍କୁ ଏ ଯାଏଁ ଘର ଖଣ୍ଡିଏ ମିଳିପାରିନି ।  ତାଙ୍କ ନାମରେ ସମ୍ବଲପୁରରେ ୧୪ ଟି କେସ୍ ଏବଂ ଦେବଗଡରେ ୨ ଟି କେସ୍ ରୁଜୁ ହୋଇଥିଲା । । 
 ସରକାର ପ୍ରତିଶୃତି ଦେଇ ଏଇ ମାଓ ନେତା ଓ ନେତ୍ରୀମାନଙ୍କୁ ପ୍ରତାରଣା କରିଛି ବୋଲି ମାଓ ନେତା ଧନୁ ପ୍ରକାଶ କରିଛନ୍ତି । ସରକାରୀ ଅଫିସରମାନଙ୍କ ଅତ୍ୟାଚାର ମାଓ ସଂଗଠନରେ ମିଶିବାକୁ ବାଧ୍ୟ କଲା । ଗରିବ ଖଟିଖିଆ ମାନଙ୍କୁ ସରକାରଙ୍କ ଅଫିସର ତଥା ପୁଞିପତିମାନେ ଶୋଷଣ କରୁଥିବାରୁ ବାଧ୍ୟ ହୋଇ ଆମେ ସଂଗଠନରେ ସାମିଲ୍ ହେଲୁ ବୋଲି ମାଓ ନେତା ଧନୁ ପ୍ରକାଶ କରିଥିଲେ । ମାଓ ସଂଗଠନରେ ମିଶିଲୁ ବୋଲି ଆମେ କଣ ଗରିବ ଖଟିଖିଆ ମାନଙ୍କୁ ଅତ୍ୟାଚାର କରିବୁ ତା ନୁହଁ ବୋଲି ମାଓ ନେତା ମାନେ ପ୍ରକାଶ କରିଛନ୍ତି । ମାଓ ମାନଙ୍କର ନିତି ଓ ଆଦର୍ଶରେ ଆମେ ଅନୁପ୍ରାଣୀତ ହୋଇ ସମାଜର କିଛି ପରିବର୍ତନ ତଥା ଲୋକମାନେ କିପରି ସୁବିଧାରେ ଚଳି ପାରିବେ ସେଥିପାଇଁ ଆମେ ମାଓ ସଂଗଠନରେ ମିଶିଥିଲୁ ବୋଲି ମାଓ ନେତା ଓ ନେତ୍ରୀମାନେ ଆମ ପ୍ରତିନିଧିଙ୍କ ଠାରେ  ପ୍ରକାଶ କରିଛନ୍ତି 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   02-Sep-2026
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026
  ଜିଲ୍ଲା  
ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   01-Sep-2026
  ଜିଲ୍ଲା  
ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    01-Sep-2026
  ଜିଲ୍ଲା  
ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026

You Might Also Like