-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
29-Jul-2022
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ସରପଞ୍ଚ ମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର ବଲାଙ୍ଗୀର, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ତରଫରୁ ୨୫ ତାରିଖରୁ ୨୯
ତାରିଖ ପର୍ଯ୍ୟନ୍ତ ହୋଇଯାଉଛି l ଏହି ଅବସରରେ ଗୁଡ଼ଭେଳା ବ୍ଲକ ଏବଂ ପାଟଣାଗଡ ବ୍ଲକର ସମସ୍ତ ସରପଞ୍ଚ ଭ୍ରମଣରେ ପହଂଚି ଥିଲେ ଲୋଇସିଂହା ବୁଢ଼ୀପଦର ନବ ନିର୍ମିତ ଗ୍ରାମୀଣ ପାର୍କ ବୁଲିବାକୁ l ୨ ବ୍ଲକର ସମସ୍ତ ସରପଞ୍ଚଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ବୁଢ଼ୀପଦର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ l ପାର୍କକୁ ଦେଖି ଗୁଡଭେଳା ଓ ପାଟଣାଗଡ ବ୍ଲକର ସମସ୍ତ ସରପଞ୍ଚ ଖୁସିବ୍ୟକ୍ତ କରିବା ସହ ନିଜ ଅଂଚଳରେ ଏଭଳି ପ୍ରକାରର ପାର୍କ ତିଆରି କରିବା ପାଇଁ ମନ୍ତବ୍ୟ ଦେଇଥିଲେ l