-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
28-Jul-2022
ବୌଦ୍ଧ (ପ୍ରେରଣା ଖବର): ବୌଦ୍ଧ ଜ଼ିଲ୍ଲା ବୌଦ୍ଧ ବ୍ଲକର ଅନ୍ତର୍ଗତ ଶାଗଡା ଗ୍ରାମ ପଂଚାୟତ ପରିସରରେ ଚନ୍ଦ୍ରମା ଅନୁଷ୍ଠାନ ଏବଂ ଶଗଡ଼ା ଗ୍ରାମପଂଚାୟତ ଅଧିନସ୍ଥ ବଣିକ ସଂଘ ର ମିଳିତ ଆନୁକୂଲ୍ୟ ରେ ଏକ ରକ୍ତ ଦାନ ଶିଵିର ଅନୁଷ୍ଠିତ ହୋଇଯାଇଛି.ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ,ଏବଂ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ଦେଇଥିଲେ ଏବଂ ଏହି ଭଳି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ରେ ଜାରି ରଖିବା ପାଇଁ ଚନ୍ଦ୍ରମା ଅନୁଷ୍ଠାନକୁ ଉତ୍ସାହିତ କରିଥିଲେ ଏହି ଶିବିରରେ ମୋଟ 34 ୟୁନିଟ ବ୍ଲଡ଼ ସଂଗ୍ରହ ହୋଇଥିଲା
ଏଠାରେ ଶଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସାନ୍ଧ୍ୟରାଣୀ ମହାକୁଡୁ,ପ୍ରାଥମିକ ସ୍ଵାର୍ଥକେନ୍ଦ୍ର ଶଗଡାର ମେଡିକାଲ ଅଫିସର ବିଶ୍ୱନାଥ ଶତପଥୀ, ଚନ୍ଦ୍ରମା ଅନୁଷ୍ଠାନ ର ଉପସଭାପତି କରୁଣାକର ଘାଣ୍ଟୁଆଳ ଓ କର୍ମକର୍ତା, ଶାଗଡା ବଣିକସଂଘର ସ୍ବେଛାସେବୀ କର୍ମୀ ମାନେ ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ଉକ୍ତ ଶିବିରକୁ ସାଫଲ୍ୟମଂଡୀତ କରିଥିଲେ.