-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
28-Jul-2022
ଉଲୁଣ୍ଡା, (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ପଂଚାୟତ ସମ୍ମିଲନୀ କକ୍ଷରେ ସାମାଜିକ ସୁରକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ସରପଂଚ ଜଶୋବନ୍ତ କୁମାର ପଣ୍ଡାଙ୍କ ସଭାତିତ୍ୱରେ ଅନୁଷ୍ଠିତ ଏହି ଗ୍ରାମ ସଭାରେ ପିଇଓ ସ୍ୱୟମ୍ଭୁ ପୁରୋହିତଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା ଏବଂ ଗ୍ରାମବାସୀ ଯୋଗଦେଇଥିଲେ । ପ୍ରାମ୍ଭରେ ପିଇଓ ଗ୍ରାମସଭାର ଆଭିମୁଖ୍ୟ ଉପରେ ବୁଝାଇଥିଲେ । ପରେ ସମନ୍ୱିତ ଶିଶୁ ବିକାଶ ଯୋଜନା, ପଂଚଦସ ଅର୍ଥ କମିଶନ ଏବଂ ମନରେଗା ଯୋଜନାର ସମିକ୍ଷା କରାଯାଇଥିଲା । ଏହି ଅବଶରରେ ଏକ କମିଟି ଗଠନ କରାଯାଇ ଉମେଶ ପ୍ରସାଦ ମହାକୁରଙ୍କୁ ସଭାପତି ଏବଂ ରାମାନନ୍ଦ ପଧାନଙ୍କୁ ସଂପାଦକ ଭାବରେ ମନୋନୀତ କରାଯାଇଥିଲା । ସିତା ଦଲାଇ ଏବଂ ସତପ କର୍ମୀ ସମିକ୍ଷକ ଭାବରେ ଯୋଗଦେଇ ତଦାରଖ କରିଥିଲେ । ଜିଆରଏସ ଅମରେଶ ପଣ୍ଡା ଧନ୍ୟବାଦ ଦେଇଥିଲେ ।